ନୂଆ ରମ୍ପାସ ହତ୍ୟାକାଣ୍ଡ ଘଟଣା : ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ହାଟଡିହି  (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗିବାରୁ ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା ବିଶ୍ୱନାଥ ଓଝାଙ୍କ ମୃତ୍ୟୁ ଘଟଣାରେ ତୃତୀୟ ଅଭିଯୁକ୍ତ ଗିରଫ ସୁନା ବନ୍ଧକ ରଖିଥିବା ମହିଳାଙ୍କ ସ୍ୱାମୀ ହରେକୃଷ୍ଣ ପହି(୬୪ ବର୍ଷ)ଙ୍କୁ ପୋଲିସ ଶନିବାର ସକାଳୁ ସକାଳୁ ଗିରଫ କରିଛି l ହରେକୃଷ୍ଣଙ୍କୁ ପୋଲିସ ବାହାର ଅଞ୍ଚଳରୁ ଗିରଫ କରିଛି l ତେବେ ଗିରଫ ସଂଖ୍ୟା ତିନି ରେ ପହଞ୍ଚିଛି l ସୂଚନା ଯୋଗ୍ୟ, ମୃତ ବିଶ୍ୱନାଥଙ୍କ ସ୍ତ୍ରୀ କାଞ୍ଚନଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ ୨୭୧/୨୦୨୬ ରେ ଏକ ହତ୍ୟା ଉଦ୍ୟମ ମାମଲା ପଞ୍ଜିକରଣ କରିଥିଲା l ଉକ୍ତ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ସ୍ତ୍ରୀ ରମାମଣି ପହି ଏବଂ ପୁଅ ପ୍ରଦୀପ ପହିଙ୍କୁ ପୋଲିସ ଗିରଫ କରିଥିଲା l କିନ୍ତୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଗ୍ରାମବାସୀ ଗତ ବୁଧବାର ବିଳମ୍ବିତ ରାତିରେ ରାସ୍ତାରୋକ କରିଥିଲେ l ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ସାନ୍ତ୍ୱନା ଦେବା ପରେ ରାସ୍ତା ରୋକ ହଟିଥିଲା l ଏଥିସହ ଲୋକଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗତ ଗୁରୁବାର ଅଭିଯୁକ୍ତଙ୍କ ଘର ତାଲା ଭାଙ୍ଗି ଅଭିଯୁକ୍ତଙ୍କୁ ଖୋଜା ଯାଇଥିଲା l କିନ୍ତୁ ଘର ଭିତରେ କେହି ନଥିଲେ l ଘଟଣା ଘଟିବା ଦିନରୁ ଅଭିଯୁକ୍ତ ମାନେ ଗାଁ ଛାଡି ଫେରାର ହୋଇ ଯାଇଥିଲେ l ପରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ଏବଂ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ