ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ ୪ ଗିରଫ

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ  ନନ୍ଦିପଦା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୧.୪୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଶନିବାର ଗିରଫ କରିଛି l ଗିରଫ ମଧ୍ୟରେ ଜଣେ ମହିଳା ଅଛନ୍ତି l ଗିରଫ ବ୍ୟକ୍ତି ମାନେ ନନ୍ଦିପଦା ଥାନା ହାଟଡିହି ଗ୍ରାମର ଭାଗିରଥି ପଣ୍ଡା (୩୦ ବର୍ଷ), ଜଳକଳଙ୍ଗ ଗ୍ରାମର ଜଗନ୍ନାଥ ମଲ୍ଲିକ (୨୭ ବର୍ଷ), ଆନନ୍ଦପୁର ଥାନା ଫକୀରପୁର ଗ୍ରାମର ଦୀପ୍ତି ରଞ୍ଜନ ଜେନା (୨୭ ବର୍ଷ) ଏବଂ ବାଲେଶ୍ୱର ଜିଲା ଖଇରା ଥାନା କୁପାରୀ ଗ୍ରାମର ନିନିଲତା ମୁଖି (୬୧ ବର୍ଷ) ଅଟନ୍ତି l ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ପ୍ରବୋଧ ଚନ୍ଦ୍ର ମହାନ୍ତି କହିଛନ୍ତି l ସେମାନଙ୍କ ଠାରୁ ଗୋଟେ ବାଇକ, ଗୋଟେ ମୋବାଇଲ ଏବଂ ୧ ହଜାର ୧୫୦ ଟଙ୍କା ଜବତ କରାଯାଇଛି l ଏହି କାରବାରରେ ମୁଖ୍ୟ ଭୂମିକା ନିଭାଉ ଥିବା ନିନିଲତାର ଜ୍ୱାଇଁ ଜଳକଳଙ୍ଗ ଗ୍ରାମର ରାଜୁ ମୁଖି ପୋଲିସ କୁ ଚକମା ଦେଇ ଫେରାର ହେବାରେ ସଫଳ ହୋଇଛି।  ସୂଚନା ଯୋଗ୍ୟ, କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା l ଏହି ଘଟଣାରେ ପୋଲିସ ମାମଲା ନଂ ୨୭୪/୨୦୨୬ ପଞ୍ଜିକରଣ କରିଛି l ବ୍ରାଉନସୁଗାର କେଉଁଠୁ ଏଠାକୁ ଆସୁଛି ଏବଂ ଆଉ କେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେ ନେଇ ତଦନ୍ତ ଚାଲିଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଏବଂ ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ