ସାମ୍ବାଦିକ ସମ୍ମିଳନୀରେ ନାଜିଆ ଏଲାହି ଖାନଙ୍କ ମତବ୍ୟକୁ ବିରୋଧ: ମୁସଲିମ ଜମାତ ତରଫରୁ ଥାନାରେ ଏଫ୍‌ଆଇଆର୍

ଧାମନଗର (ଓ୍ବାଇଏନଏସ): ଧାମନଗର ମୁସଲିମ ଜମାତ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନାଜିଆ ଏଲାହି ଖାନଙ୍କ ମତବ୍ୟକୁ ବିରୋଧ:ମୁସଲିମ ଜମାତ ତରଫରୁ ଥାନାରେ ଏଫ୍‌ଆଇଆ ଦିଆଯାଇଛି। ଖବରର ଯାହା ଜଣାଯାଏ କଲକାତାର ଜଣେ ମହିଳା ନାଜିଆ ଏଲାହି ଖାନ ନାମକ ବ୍ୟକ୍ତି ର୍ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଏବଂ ବିବାଦୀୟ ମତବ୍ୟ ଦେଇଥିବାର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଦୃଷ୍ଟିକୁ ଆସିଥିଲା। ସାରା ଦେଶରେ ଏହି ବିବାଦୀୟ ମନ୍ତବ୍ୟ ଗୁଡ଼ିକ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଗଭୀର ଦୁଃଖ ଓ କ୍ଷୋଭ ଏବଂ ଆକ୍ରୋଶ ସୃଷ୍ଟି କରିଛି। ଯାହାକୁ ନେଇ ମୌଲାନା ଆଲହାଜ ସୟଦ ଗୋଲାମ ଅହେମ୍ମଦ ହବିବି (ମସ୍ତାନ-ଏ ମିଲ୍ଲାତ)ଙ୍କ ସଭାପତିତ୍ୱରେ ଶନିବାର ୪ଟା ୩୦ମିନିଟ ସମୟରେ ଧାମନଗର ମୁସଲିମ ଜମାତ ତରଫରୁ ଖାନକା ସରିଫ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶାନ୍ତି କମିଟିର ସଦସ୍ୟ ଏମଡି ହବିବୁର ରହେମାନଙ୍କ ସଂଚାଳନାରେ ଏହି ସାମ୍ବାଦିକ ସମ୍ମିଳନୀରେ ଶାନ୍ତି କମିଟିର ବରିଷ୍ଠ ସଭ୍ୟ ସେକ ଅବଦୁଲ ହାକିମ,ଏମଡି ଫଜଲେ ବାରି, ସେକ ଜାଫର ଅଲ୍ଲୀ,ଏମଡି ଫକିରୁଦ୍ଦିନ ପ୍ରମୁଖ ଯୋଗ ଦେଇ ଉକ୍ତ ଘଟଣାକୁ ନିନ୍ଦା କରିବା ସହ ଆମ ଧାର୍ମିକ ଭାବନାକୁ ଘୋର ଆଘାତ ପ‌ହ‌ଞ୍ଚାଇଥିବା ବ୍ୟକ୍ତି ନାଜିଆ ଏଲାହି ଖାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ପରେ  (ମସ୍ତାନ-ଏ ମିଲ୍ଲାତ)ଙ୍କ ନେତୃତ୍ବରେ ଖାନକା ସରିଫ ଠାରୁ ଶାନ୍ତି ପୂର୍ଣ୍ଣଭାବେ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଥାନାରେ ପହଞ୍ଚି ଆଇଆଇସି ଶୁଭ୍ରଜିତ ଦାଶଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏଥିରେ କାଉନସିଲର ଏମଡି ଜୟନୁଲ ହକ,ସସରପଞ୍ଚ ପ୍ରତିନିଧି ସେକ ମୁସ୍ତାକ,ସେକ ଖଲିଲୁଲ୍ଲା,ମୀର ମୁରତୁଜା,ମୁସଲିମ ଜମାତର କର୍ମକର୍ତ୍ତା ସେକ ଜୟନୁଲ ଆବେଦିନ,କାଉନସିଲର ଏମଡି ଜୟନୁଲ ହକ,ମୀର ମୋହିଉଦ୍ଦିନ,ସେକ ଇବ୍ରାହିମ,ସେକ କଲିମୁଦ୍ଦିନ,ସେକ ହଲିମ,ଏମଡି ଇସଲାମୁଦ୍ଦିନ,ସେକ ନେଜାମୁଦ୍ଦିନ,ଏମଡି ତାଜୁଦ୍ଦିନ,ସେକ ଆସଲାମ,ମୀର ନୁରୁଲ ଇସଲାମ,ମୀର ଫାରୁକ,ସେକ ଆସଲାମ,ସେକ କାଦିରୀ,ସେକ ଜୁଲୋ,ମୀର ଖୁରସିଦ,ସେକ ବାଟୋ,ସେକ ମାଙ୍ଗୋ ଓ ଅନ୍ୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ  ଆସନ୍ତା ସୋମବାର ଲିଖିତ ଅଭିଯୋଗ ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ