ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ତରଫରୁ ପ୍ରତିଭାବାନଙ୍କୁ ସମ୍ମାନ

ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଗଞ୍ଜାମ ଜିଲ୍ଲା ଭାଷା,ସାହିତ୍ୟ,କଳା ଓ ସଂସ୍କୃତି ବିକାଶ ପରିଷଦ ର ଭଞ୍ଜନଗର ଶାଖା ତରଫରୁ  ତ୍ରିନାଥ ଫାଉଣ୍ଡେସନର ସ୍ୱ ନକ୍ଷତ୍ର ଉତ୍ସଵ ପାଳନ କରାଯାଇଛି । ଏହି ଅବସରରେ ଶାଖା ତରଫରୁ ଅଂଚଳ ର ବିଭିନ୍ନ ପ୍ରତିଭା ବ୍ୟକ୍ତି ଯଥା କଣ୍ଡେଇ ନାଚ,ଭାରତନୀଳା,ସଖୀନାଚ,ବୁଣାକାର,ମୃଦଙ୍ଗ ବାଦକ,ତୁରିବାଦକ କଳାକାର,ରାଧାପ୍ରେମନୀଳା,ଘୁଡ଼ୁକୁ କଳାକାର,ପ୍ରହଲ୍ଲାଦ ନାଟକ କଳାକାର, ଓଡିଶୀ ନୃତ୍ୟ ପ୍ରତିଭା କଳାକାର,ମ୍ୟାଜିକସିଆନ୍ ପ୍ରତିଭା ବ୍ୟକ୍ତି,ଛୋଟ ଛୋଟ ପ୍ରତିଭା ବାନ ଶିଶୁ ଙ୍କୁ ସମ୍ମାନିତ କରଯାଇଥିଲା ।ଲୁଚି ରହିଥିବା କଳାକାର,ସମାଜରେ ଲୋକଙ୍କୁ ସେବା ଯୋଗାଉ ଥିବା ବ୍ୟକ୍ତି,ପରିବେଶ ସୁରକ୍ଷା କରୁଥିବା ବ୍ୟକ୍ତି,କଳା,ସଂକୃତି, ସାହିତ୍ୟ କୁ ବଞ୍ଚାଇ ରଖିଥିବା ଏକ ଶହ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ଏଠାରେ ଏପରି ସମ୍ମାନ ପ୍ରଦାନ କରିଥିଲେ ଫାଉଣ୍ଡେସନ ର ପ୍ରତିଷ୍ଠାତା ତ୍ରିନାଥ ନାୟକ ।ଏଥିରେ କୃତିବାସ ବିଶ୍ୱାଳ,ସାମ୍ବାଦିକ ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ଲମ୍ବୋଦର ପାଣିଗ୍ରାହୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ମଞ୍ଚ ପରିଚାଳନା କରିଥିଲେ ସନ୍ତୋଷ କୁମାର ଜେନା ।ଏଠାରେ ପ୍ରତିଷ୍ଠାତା ନାୟକ କହିଥିଲେ ଯେ ଏହିପରି ସେବା କାର୍ଯ୍ୟ ଆଗକୁ ମଧ୍ୟ ଜାରିରହିବ । ନିଜ ଜନ୍ମ ମାଟିରେ ଏପରି ପ୍ରତିଭା ବାନ ଙ୍କୁ ସମ୍ମାନିତ କରି ନିଜକୁ ଭାଗ୍ୟବାନ ମନେ କରୁଥିବା ପ୍ରତିଷ୍ଠାତା ନାୟକ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ