ଶିଶୁକୁ ପୋଲିଓ ବୁନ୍ଦା ଦେବା କାର୍ଯ୍ୟକ୍ରମ

 ଛତ୍ରପୁର, (ଓ୍ବାଇଏନଏସ):ଜୀବନ ପାଇଁ ଦୁଇ ବୁନ୍ଦା, ଜନ୍ମରୁ ୫ବର୍ଷର ଶିଶୁଙ୍କୁ ଅତ୍ୟନ୍ତ ଜରୁରୀ ପୋଲିଓ ଦୁଇ ବୁନ୍ଦା । ପୋଲିଓ ମୁକ୍ତ ହେବ ଭାରତ ଏହି ଲକ୍ଷ୍ୟ ନେଇ ଚାଲିଛି ଏହି ଅଭିଯାନ । ଏହା  ଆଜି ଠୁ  ୩ ଦିନ ଧରି ଚାଲିବ । ରାଜ୍ୟ ସରାକରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ  ଏହି କାର୍ଯ୍ୟକ୍ରମ କରାଯାଉଛି ।  କୈାଣସି ଶିଶୁ ଯେପରି ଏଥିରୁ ବାଦ ପଡିବେ ନାହିଁ ,ଶିଶୁ ସୁସ୍ଥ ରହିଲେ ଦେଶ ଆଗକୁ ବଢିବ । ଗଞ୍ଜାମ ଜିଲାରେ  ଚଳିତ ବର୍ଷ ୩ ଲକ୍ଷ ୪୫ ହଜାର ୧୧ ଜଣ ଶିଶୁକୁ ଏହି ପଲସ ପୋଲିଓ ବିନ୍ଦୁ ପାନ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଏନେଇ ଆଜି ୧୬୩୭ଟି ବୁଥ ରେ ଦିଆଯାଉଛି ଏହି ପୋଲିଓ ବୁନ୍ଦା । ମେଡିକାଲ, ଅଙ୍ଗନାବାଡି କେନ୍ଦ୍ର  ମଧ୍ୟ ଦିଆଯାଉଛି । ଏନେଇ ୩୨୭୪ଟି ଟିମ କରାଯାଇଥିବା ବେଳେ ୬୫୪୮ ଜଣ କର୍ମୀ ନିୟୋଜିତ ହୋଇଛନ୍ତି । ୭୫ଟି ଟ୍ରାଞ୍ଜିଟ ଟିମ ଓ ୫୫ଟି ମୋବାଇଲ ଟିମ ଗଠନ ହୋଇଥିବା ବେଳେ ଏହାକୁ ତଦାରଖ କରିବା ପାଇଁ ୩୨୩ ଜଣ ସୁପରଭାଇଜର  ନିୟୋଜିତ ହୋଇଛନ୍ତି । ଯେଉଁ ଶିଶୁ ଏହି ପୋଲିଓ ବୁନ୍ଦା ଖାଇବାରୁ ବଂଚିତ ରହିଯାଇଛନ୍ତି  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା  ୨୯ ଓ ୩୦ ରେ ଘରକୁ ଘର ବୁଲି ପଲସ ପୋଲିଓ ବୁନ୍ଦା ଦେବେ । ଯେପରି ଜଣେ ବି କେହି ଏଥିରୁ ବାଦ ପଡିବେ ନାହିଁ ସେ ଲକ୍ଷ୍ୟ ରଖାଯାଇଛି । ସେହିପରି ଛତ୍ରପୁର ରେଳ ଷ୍ଟେସନ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ