ବିଶ୍ବ କ୍ୟାଡେଟ୍‌ ଚେସ୍‌: ସାତ୍ତ୍ବିକଙ୍କୁ କାଂସ୍ୟ

କଟକ, (ଓ୍ବାଇଏନଏସ): ଜର୍ଜିଆର ବାତୁମିରେ ଅନୁଷ୍ଠିତ ବିଶ୍ବ କ୍ୟାଡେଟ୍‌ ଚେସ୍‌ ଚମ୍ପିଆନସିପରେ ଚମକିଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଖେଳାଳିମାନେ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ସହ ୪ଟି ପଦକ ଜିିତିଛନ୍ତି। ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଖେଳାଳି ସାତ୍ତ୍ବିକ ସ୍ବାଇଁ କାଂସ୍ୟ ପଦକ ଜିତିଛନ୍ତି। ସାତ୍ତ୍ବିକ ୧୦ ବର୍ଷରୁ କମ୍‌ ଓପନ ବର୍ଗରେ କାଂସ୍ୟ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୧୨ ବର୍ଷରୁ କମ୍‌ ବାଳିକା ବର୍ଗରେ ଦିଭି ବ୍ରିଜେଶ ସ୍ବର୍ଣ୍ଣ, ୧୦ ବର୍ଷରୁ କମ୍‌ ଓପନ ବର୍ଗରେ ସବ୍ରାର୍ଥୋ ମଣି ରୌପ୍ୟ ଓ ୮ ବର୍ଷରୁ କମ୍‌ ବାଳିକା ବର୍ଗରେ ସାଇଆସ୍ଥା ସିଂହ କାଂସ୍ୟ ପଦକ ଜିତିଛନ୍ତି। ଏହି ଅସାଧାରଣ ସଫଳତା ପାଇଁ ପଦକ ବିଜେତା ଖେଳାଳି, ସେମାନଙ୍କ ପିତା ମାତା, ପ୍ରଶିକ୍ଷକଙ୍କୁ ନିଖିଳ ଓଡ଼ିଶା ଚେସ୍‌ ଆସୋସିଏସନ ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ