ଦୁର୍ଘଟଣା ଗ୍ରସ୍ତକୁ ଡାକ୍ତରଖାନା ନେଲେ ବିଜେପି ନେତା
ହାଟଡିହି,(ୟୁଏନଏସ୍): ମହାନତା ଦେଖାଇଛନ୍ତି ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ। ଆଜି ସକାଳେ ସେ ଏକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଆନନ୍ଦପୁର ଯାଉଥିବା ସମୟରେ ଛେନାପଦି – ଅଣା ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଆମ୍ବୋ ଗ୍ରାମର ଶାନ୍ତିଲତା ରାଉତ ନାମକ ଜଣେ ମହିଳାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଡାକ୍ତରଖାନା ନେଇ ଚିକିତ୍ସା କରାଇଛନ୍ତି। ଆହତ ଯାହାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି।


