ସରମରାରେ ଶନିଦେବଙ୍କ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ବୁଧବାରଠାରୁ ଚାଲିଥିବା ବାବା ଶନିଦେବଙ୍କ ୬ଷ୍ଠ ବାର୍ଷିକ ଉତ୍ସବ ଗୁରବାର ଉଦ୍‌ଯାପିତ ହୋଇଯାଇଛି । ବୁଧବାର ପ୍ରାରମ୍ଭରେ ଗ୍ରାମ୍ୟ ତାରିଣୀ ମନ୍ଦିର ନିକଟସ୍ଥ ପୁଷ୍କରିଣୀରୁ ୩୧ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ କର୍ତ୍ତା ଆନନ୍ଦ ଚନ୍ଦ୍ର ରାଉତ, ସାବିତ୍ରୀ ରାଉତ, ପୂର୍ଣ୍ଣ ଚନ୍ଦ୍ର ରାଉତ, ପ୍ରମିତା ରାଉତଙ୍କ ସମେତ ଅନ୍ୟ ମାନେ କଳସ ଧାରଣ କରିଥିଲେ । ଗୁରବାର ପଞ୍ଚ କର୍ମ, ଗୁରୁ ପୂଜା, ସୂର୍ଯ୍ୟ ପୂଜା, ଗୋମାତା ପୂଜା, ଶନିଦେବଙ୍କ ତୈଳ ଅଭିଷେକ ପୂଜା, ଷୋଡଶ ଉପଚାର ପୂଜା ଏବଂ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ପଦ୍ମନାଭ ପଣ୍ଡା, ମନ୍ଦିରର ମୁଖ୍ୟ ପୂଜକ ନାରାୟଣ ଚନ୍ଦ୍ର ପାଢୀ, କୃଷ୍ଣ ଚନ୍ଦ୍ର ପାଢୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସନାତନ ପାତ୍ର, ଭିକାରୀ ନାୟକ, ଶଶୀକାନ୍ତ ଜେନା, ସୁକାନ୍ତ ସାହୁ, ନାରାୟଣ ନାୟକ, ନରେଶ ଜେନା, ଚକ୍ରଧର ରାଉତ, କୈଳାସ ବିଶ୍ୱାଳ, ଭରତ ବିଶ୍ୱାଳ, ପ୍ରିୟବ୍ରତ ରାଉତ, ସତ୍ୟ ପ୍ରକାଶ ରାଉତ, ଅମର ରାଉତ, ସୁଧିର ରାଉତ, ସାଗର ସାହୁ, ବିଜୁ ରଞ୍ଜନ ନାୟକ, ଶଙ୍କର ବିଶ୍ୱାଳଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଏଥିରେ ଆଖପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ