ଜାତୀୟସ୍ତରୀୟ ରଗବିରେ ଫୁଟବଲ କ୍ୟାମ୍ପ ପାଇଁ ୪ ମନୋନୀତ

ଧାମନଗର (ଓ୍ବାଇଏନଏସ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଅଣ୍ଡର- ୧୮ ରଗବି ଫୁଟବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭଦ୍ରକ ଜିଲ୍ଲା ରଗବି ଏସୋସିଏସନର ୪ ଜଣ ଖେଳାଳି ଜାତୀୟସ୍ତରୀୟ ରଗବି ଫୁଟବଲ କ୍ୟାମ୍ପ  ପାଇଁ ମନୋନୀତ ହୋଇଛନ୍ତି। ମନୋନୀତ ଖେଳାଳିଙ୍କ ମଧ୍ୟରେ ବାଳିକା ବିଭାଗରୁ ସ୍ବପ୍ନାରାଣୀ ବେହେରା (ଧାମନଗର) ଅଙ୍କିତା ସାହୁ (ଭଦ୍ରକ) ଥିବାବେଳେ ବାଳକ  ବିଭାଗରୁ ଶଙ୍କର ବେହେରା ଏବଂ ହିତେଶ କୁମାର ଜେନା (ଉଭୟ ଭଦ୍ରକ) ସ୍ଥାନ ପାଇଛନ୍ତି। ଜାତୀୟ କ୍ୟାମ୍ପରେ ସେମାନଙ୍କ ଚୟନ ଜିଲ୍ଲା କ୍ରୀଡ଼ା କ୍ଷେତ୍ର ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଏହି ସଫଳତ ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ଭଦ୍ରକ ଜିଲ୍ଲା ରଗବି ଫୁଟବଲ ଆସୋସିଏସନର ସଭାପତି କୈଳାସ ଚନ୍ଦ୍ର ମହାପାତ୍ର (ସୁଶନ),ସମ୍ପାଦକ ଶ୍ରୀଧର ମହାଳିକ,କୋଷାଧ୍ୟକ୍ଷ ଲକ୍ଷ୍ମଣ ନାୟକ (ବାଙ୍କୁ) ଏବଂ ସଦସ୍ୟ ସଞ୍ଜୟ କୁମାର ସ୍ବାଇଁ (ବାପିନା),ଏମଡି ଇଝାର (ଲାଲୁ) ପ୍ରମୁଖ ଚାରିଜଣ ଖେଳାଳିଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ଏଥିସହିତ ଏସୋସିଏସନର ସମ୍ପାଦକ ଶ୍ରୀଧର ମହାଳିକ,କୋଷାଦକ୍ଷ ତଥା ନ୍ୟୁରୋ ଥେରାପିସ୍ଟ ଲକ୍ଷ୍ମଣ ନାୟକ (ବାଙ୍କୁ) ଓ ଏସୋସିଏସନର ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ (ଵାପିନା) ଶୁଭେଚ୍ଛା ସଦିଚ୍ଛା ଓ ଶୁଭକାମନା ଜଣାଇବା ସହିତ ଆମ ଭଦ୍ରକ ଜିଲ୍ଲାକୁ ଆହୁରି ଗୌରବାନ୍ୱିତ କର ବୋଲି ସୂଚନା ଦେଇଥିବା ବେଳେ ସର୍ବଶେଷରେ ଏସୋସିଏସନର ସଦସ୍ୟ ବିଶ୍ୱବାନ୍ଦିତା ନାୟକ ମଧ୍ୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ