ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ): ଚିକିଟି ବ୍ଲକ ଗିରିସୋଲା ମଦନମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ କରି ସବୁଜ ବିପ୍ଳବ ର ଆହ୍ୱାନ ଦିଆଯାଇଛି.ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉନ୍ନତ ସମାଜ ଗଠନରେ ଧ୍ବଂସ ପ୍ରାୟ ପ୍ରାକୃତିକ ସମ୍ପତ୍ତି ର ସୁରକ୍ଷା ସହ ସବୁଜିମା ସୃଷ୍ଟି କରିବା ସମାଜପାଇଁ ଏକ ବିରାଟ ଆହ୍ୱାନ ବୋଲି ପ୍ରକାଶ କରିଥିଲେ. ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ବେଜ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ପ୍ରମୁଖ ଯୋଗ ଦେଇଥିବା ବେଳେ ବିଶିଷ୍ଠ ପରିବେଶବିତ ସୁଧୀର କୁମାର ରାଉତ ଯୋଗ ଦେଇ ପ୍ରକୃତି,ସମାଜ.ମଣିଷ,ଜୀବଜନ୍ତୁ ଆଦି ର ସନ୍ତୁଳନ ରକ୍ଷା ପାଇଁ ବ୍ୟାପକ ପରିମାଣ ର ଚାରା ରୋପଣ ପାଇଁ ପରାମର୍ଶ ଦେଇଥିଲେ।


