ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ପିଏମ୍ଶ୍ରୀ ହରିହର ହାଇସ୍କୁଲ ଖେଳପଡିଆରେ ଏକ ପ୍ରେରଣଦାୟକ ଆଶ୍ରିବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ବ୍ରହ୍ମପୁର ସବ୍ଜୋନ୍ ପ୍ରଭାରୀ ରାଜଯୋଗିନୀ ବିକେ ମାଳା ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରେରଣାଦାୟକ ଆଶ୍ରିବଚନ କାର୍ଯ୍ୟକ୍ରମ ପାଳନ ଅବସରରେ ହାପିନେସ୍ ହାଏ, ଟେନ୍ସନ୍ ବାଏ ବାଏ ଶୀର୍ଷକ ବିଷୟବସ୍ତୁକୁ ଆଧାର କରି ଆୟୋଜିତ ସ୍ୱତନ୍ତ୍ର ଆଧ୍ୟାତ୍ମିକ ସଭାରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ମୁଖ୍ୟାଳୟ ମାଉଣ୍ଟଆବୁ ରାଜସ୍ଥାନର ମାଇଣ୍ଡ୍ ମେମୋରୀ ଟ୍ରେନର୍ ବ୍ରହ୍ମାକୁମାର ଡଃ ଶକ୍ତିରାଜ ଭାଇ ଯୋଗଦେଇ ମାନସିକ ଚାପର ମୂଳ କାରଣ ନକରାତ୍ମକ ଚିନ୍ତା ହୋଇଥିଲା ବେଳେ ମନୁଷ୍ୟ ନିଜକୁ ଏକ ଶାନ୍ତ ଏବଂ ପବିତ୍ର ଓ ଶକ୍ତିଶାଳୀ ଆତ୍ମା ବୋଲି ସଦାସର୍ବଦା ଅନୁଭବ କରି ପରମାତ୍ମା ଶିବଙ୍କ ସହ ରାଜଯୋଗ ମାଧ୍ୟମରେ ମନରେ ଶାନ୍ତି ଓ ଖୁସି ଏବଂ ଆତ୍ମବିଶ୍ୱାସ ଜାଗ୍ରତ କରିବା ପାଇଁ ଆହ୍ୱାନ କରିଥିଲେ । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ଆସିକା ଡାକମଣ୍ଡଳର ଅଧୀକ୍ଷକ ଦିଲୀପ କୁମାର ବେହେରା, ଅବସରପ୍ରାପ୍ତ ଶିକ୍ଷକ ଏ.ଯୁଧିଷ୍ଠିର ଦୋରା, ମାନବସେବା ସମିତିର ଆବାହକ ଗଣେଶ ରଥ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ସମାଜସେବୀ ସଙ୍ଗୀତ୍ କୁମାର ପାଢୀ ଓ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ସହଜ ରାଜଯୋଗର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇଥିଲା ବେଳେ ଧାର୍ମିକ ଚିନ୍ତାଧାରା ଏବଂ ରାଜଯୋଗ ଜୀବନକୁ ସଦାସର୍ବଦା ସୁଖମୟ କରିଥାଏ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ମୁଖ୍ୟାଳୟ ରାଜସ୍ଥାନ ମାଉଣ୍ଟଆବୁର ପ୍ରେରଣାଦାୟକ ବକ୍ତା ତଥା ଅନ୍ତର୍ଜାତୀୟ ମାଇଣ୍ଡ ମେମୋରି ଟ୍ରେନର୍ ବ୍ରହ୍ମାକୁମାର ଡଃ ଶକ୍ତିରାଜ ଭାଇ ଆସିକାରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମଘନ ବିଶ୍ୱାଳ, ଆସିକା ପ୍ରେସ୍କ୍ଳବର ସଭାପତି ସତ୍ୟନାରାୟଣ ରଥ, ଆଧ୍ୟାତ୍ମିକପ୍ରେମୀ ଲକ୍ଷ୍ମୀ ନାରାୟଣ ଗୁପ୍ତା, ଦୁର୍ଗାପ୍ରସାଦ ପଣ୍ଡା, ସୁବାସ ଚନ୍ଦ୍ର ମହାନ୍ତି, ଅଭିମନ୍ୟୁ ନାହାକ, ବସନ୍ତ କୁମାର ପାଣିଗ୍ରାହୀ, ସଂଜୟ କୁମାର ନାୟକ, ପ୍ରଶାନ୍ତ କୁମାର କର, ବାଇଧର ନାୟକଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ପଞ୍ଚାୟତ୍ରୀ, ନିରଞ୍ଜନ, ସୁନିଲ୍, ଯୋଗୀ, ମଙ୍ଗୁଳୁ, ରାଧାଶ୍ୟାମ, ବୁଲୁ, ରୋହିତ, ବଳରାମ, ଚରଣ, ସଚ୍ଚିନ୍, ମନୋଜ, ଯୋଗୀ, କୃଷ୍ଣ, ଲଡୁକିଶୋର, ରମେଶ, ସରୋଜ, ଘନଶ୍ୟାମ, କାଳୁ, ରାମପ୍ରସାଦ, ଦୁର୍ଗାପ୍ରସାଦ, ସୁଦର୍ଶନ, ରୂପେଶ, ନାଗେଶ୍ୱର, ନିଳାଞ୍ଚଳ, କାଶୀନାଥ, ସଂଗ୍ରାମ, ଲକ୍ଷ୍ମଣ, ବ୍ରହ୍ମାକୁମାରୀ ନିରୁପ୍ରଭା, ଅନୁ, ଧରଣୀ, ଭାଗ୍ୟଲତା, ସୁଜ୍ଞାନୀ, ଜ୍ୟୋତି, ନର୍ମଦା, ଝରଣା, ଜମୁନା, ଲୀଳା, ନିଳିମା, କସ୍ତୁରୀ, ରେଣୁ, ସ୍ମିତା, ଆଶା, ଆସିନା, ନିଶିଙ୍କ ସମେତ ବହୁ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା


