ମେଡିକାଲରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି: ଡ୍ରେନ ନିର୍ମାଣ ପାଇଁ ଦାବି

ନାଉଗାଁ ,୨/୭ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୬ଟି ପଂଚାୟତର ଶହ ଶହ ରୋଗୀ ପ୍ରତିଦିନ ଚିକିତ୍ସା ପାଇଁ ସେମାନଙ୍କ ସମ୍ପର୍କୀୟ ସହିତ ଆସୁଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ସ୍ବାସ୍ଥ୍ୟ କେନ୍ଦ୍ରର ପରିସରରେ ଆଣ୍ଠୁଏ ପାଣି ଜମି ରହୁଛି। ଯାହାଫଳରେ ରୋଗୀମାନେ ସୁସ୍ଥ ହେବା ପରିବର୍ତେ ଅଧିକ ଅସୁସ୍ଥ ହୋଇପଡୁଥିବା ଅଭିଯୋଗ ହେଉଛି। ଏମିତିକି ରୋଗୀମାନେ ବାଇକ,ଅଟୋ, କାର ଆଦିରେ ଆସି  ଡାକ୍ତର ପାଖକୁ ଚିକିତ୍ସା ହେବା ପାଇଁ ଯିବାକୁ ହେଲେ ଆଣ୍ଠୁଏ ପର୍ଯ୍ୟନ୍ତ ଲୁଗା, ପ୍ୟାଣ୍ଟ ଆଦି ଟେକିବା ପାଇଁ ପଡୁଛି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା  ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ବଡ଼ ବଡ଼ କୋଠା ନିର୍ମାଣ କରାଯାଉଥିବା ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ କିପରି ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ସୁବିଧା କରାଯାଇନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ଏସମ୍ପର୍କରେ ଡାକ୍ତର ସଂଗ୍ରାମ କେଶରୀ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଆମେ ବାରମ୍ବାର ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିଛୁ , କିନ୍ତୁ କିଛି ସୁଫଳ ହେଉନାହିଁ | ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସମାଜସେବୀ ରବି ପଟ୍ଟନାୟକ, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ଡାବର ସମିତି ସଭ୍ୟ ସୁବଳ ବେହେରା, ସମାଜସେବୀ ନିରଞ୍ଜନ ସାହୁ, ପଦ୍ମଚରଣ ରାଉତ, ମନୋଜ ନାୟକ, ଅଲଣା ସରପଞ୍ଚ ଚନ୍ଦ୍ରମଣୀ ବେହେରା, କ୍ରିଷ୍ଣାନନ୍ଦ ସାହୁ , ସୁନୀଲ ମାଟିଆ ଆଦି ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ