ଜିଲ୍ଲା ସ୍ତରୀୟ ଜନ ସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ
ଛତ୍ରପୁର(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ସ୍ତରୀୟ ଜନ ସମ୍ମିଳନୀ ଓ ଭିବିଜି-ରାମଜି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତା କରି ଆଜି ଏକ ଖୁସି ର ଦିନ ଗ୍ରାମାଞ୍ଚଳ ର ଭିତ୍ତି ଭୂମି ର ବିକାଶ ନିମନ୍ତେ ଭିବିଜୀ – ରାମଜୀ ଶୁଭଆରମ୍ଭ ହୋଇଯାଇଛି l ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି l ଏହାଦ୍ୱାରା ପ୍ରତ୍ୟେକ ଗ୍ରାମୀଣ ପରିବାର ପ୍ରତିବର୍ଷ ଅତି କମରେ ୧୨୫ ଦିନ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ପାଇପାରିବେ ବୋଲି ସେ କହିଥିଲେ l ସେହିପରି ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହିତ ସ୍ୱାଗତ ଜଣାଇଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ରୋଜଗାର ସୁଯୋଗ ସୃଷ୍ଟି, ଗ୍ରାମ୍ୟ ଅର୍ଥନୀତି ଓ ଜୀବନଶୈଳୀରେ ଉନ୍ନତି ସହ ମୌଳିକ ଭିତ୍ତିଭୂମିର ବିକାଶକୁ ଆହୁରି ଗତିଶୀଳ କରିବାରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ବିକଶିତ ଭାରତ’ ସଂକଳ୍ପ ସାକାର କରିବା ଏବଂ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ ଦିଗରେ ଏହା ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ । ଏହା ସହିତ ଗାଁ ର ବିକାଶ ହେଲେ ସହର ଏବଂ ଦେଶ ର ବିକାଶ ହେବ ବୋଲି ସେମାନେ କହିଥିଲେ l ଏହି ଯୋଜନା ଅଧୀନରେ ଗଞ୍ଜାମ ଜିଲ୍ଲାର ୮୧ ଟି ପ୍ରକଳ୍ପ ରଖାଯାଇଛି l ଏହି ଅବସରରେ ସଫଳ ହିତାଧିକାରୀଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଥିଲା l ଏହି ଅବସର ରେ ବହୁ ଜନପ୍ରତିନିଧି, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ l


