ଆକ୍ସନ ମୁଡ଼ ରେ ପୋଲିସ, ୩ ବାଲି ବୋଝେଇ ହାଇୱା, ୪ ଟ୍ରାକ୍ଟର ଜବତ
ହାଟଡିହି (ଓ୍ବାଇଏନଏସ): ବେଆଇନ ବାଲି କାରବାର ରେ ରୋକ ଲଗାଇବା ପାଇଁ ଆକ୍ସନ ମୁଡ଼କୁ ଆସିଛି କେନ୍ଦୁଝର ପୋଲିସ। ଏଥିପାଇଁ ପ୍ରତି ରାତିରେ କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଗତକାଲି ରାତିରେ ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ନନ୍ଦିପଦା ପୋଲିସ ଗତ ଗୁରୁବାର ବିଳମ୍ବିତ ରାତିରେ ଚଢ଼ାଉ କରି ବେଆଇନ ଭାବେ ବାଲି ପରିବହନ କରୁଥିବା ୩ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି l ଜବଦ ଗାଡି ଗୁଡିକୁ ନନ୍ଦିପଦା ଥାନାକୁ ଅଣା ଯାଇଛି। ପୁନଶ୍ଚ ଶୁକ୍ରବାର ସକାଳେ ୪ଟି ଟ୍ରାକ୍ଟର ବାଲି ବୋଝେଇ କରି ଯାଉଥିବା ବେଳେ ପୋଲିସ ଟ୍ରାକ୍ଟର ଗୁଡିକୁ ଜବତ କରିଛି l ଏହି ବାଲି ବୋଝେଇ ଗାଡି ଗୁଡିକ ବାଲି ବୋଝେଇ କରି ଯାଉଥିବା ବେଳେ ପୋଲିସ ଅଟକାଇ ବାଲି ପରିବହନ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିଥିଲା l କିନ୍ତୁ ଡ୍ରାଇଭର ମାନେ କୌଣସି ବୈଧ କାଗଜ ପତ୍ର ଦେଖାଇ ପାରିନଥିଲେ l ଫଳରେ ବାଲି ବୋଝେଇ ଗାଡି ଗୁଡ଼ିକୁ ଜବତ କରାଯାଇଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି l ଏଥିସହ ନନ୍ଦିପଦା ଥାନାରେ ୭ଟି ମାମଲା ପଞ୍ଜିକରଣ ହୋଇଛି l ଗତ ଚାରିଦିନ ଭିତରେ ୧୪ରୁ ଉର୍ଦ୍ଧ ବାଲିଗାଡି ଜବଦ କଲାଣି ପୋଲିସ।


