ବିଜେପିର ବିଏଲ୍ଏ-୨ ପ୍ରଶିକ୍ଷଣ ଶିବିର
ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ନୂଆସାହି ଛକ ନିକଟସ୍ଥ ମାହେଶ୍ୱରୀ ଭବନରେ ରେମୁଣା ବିଧାନସଭା କ୍ଷେତ୍ର ବିଜେପି ପକ୍ଷରୁ BLA-2 (Booth Level Agent-2)ଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅପରାହ୍ନ ୪ ଟାରେ ଅନୁଷ୍ଠିତ ହୋଇଥିଲା। ରେମୁଣା ବିଧାୟକ ପ୍ରତିନିଧି ଶ୍ରୀ କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା, ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପର୍ଶ୍ୟୁରାମ ପରିଡ଼ା, ଜିଲ୍ଲା ଉପସଭାପତି ଶ୍ରୀ ସୁକୁମାର ଦାସ, ଜିଲ୍ଲା ସୋସିଆଲ ମିଡିଆ କୋଅର୍ଡିନେଟର ଶ୍ରୀ ଶ୍ରୀନିବାସ ପ୍ରଧାନ, ରେମୁଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ସାଂସଦ ପ୍ରତିନିଧି ଶ୍ରୀ ଉମାକାନ୍ତ ପଣ୍ଡା, ବିଧାୟକଙ୍କ ସଦର ବ୍ଲକ ପ୍ରତିନିଧି ଶ୍ରୀ ଲମ୍ବୋଦର ପ୍ରଧାନ ଏବଂ ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମଣ୍ଡଳ ସଭାପତି ଶ୍ରୀ ଉମାକାନ୍ତ ଜେନା, ଶ୍ରୀ ମାନସ ମହାନ୍ତି, ଶ୍ରୀ ବିବେକ ବିକାଶ ରାଉତ, ଶ୍ରୀ ମାୟାଧର ପ୍ରଧାନ, ଶ୍ରୀ ରଘୁନାଥ ପରିଡ଼ା, ଶ୍ରୀ ପ୍ରଫୁଲ୍ଲ ଦ୍ୱିବେଦୀଙ୍କ ସମେତ ସମସ୍ତ ବୁଥର BLA-2, ପଞ୍ଚାୟତ ସଭାପତି, ମଣ୍ଡଳ ପଦାଧିକାରୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ। ପ୍ରଶିକ୍ଷଣ ଶିବିରରେ ରେମୁଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା BLA-2 ଙ୍କ ଦାୟିତ୍ୱ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ନୂତନ ଭୋଟରଙ୍କ ନାମ ସଂଯୋଗ, ଭୋଟର ତାଲିକାର ସତ୍ୟାପନ, ତ୍ରୁଟି ସଂଶୋଧନ, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ତଥ୍ୟ ସମ୍ପର୍କରେ ସେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଥିଲେ। ଏହାସହ ନିର୍ବାଚନ କମିଶନଙ୍କ ଫର୍ମ ନମ୍ବର–୬ (ନୂତନ ଭୋଟର ନାମ ସଂଯୋଗ), ଫର୍ମ–୭ (ନାମ ବିଲୋପ) ଏବଂ ଫର୍ମ–୮ (ତଥ୍ୟ ସଂଶୋଧନ ଓ ସ୍ଥାନାନ୍ତର)ର ସଠିକ୍ ବ୍ୟବହାର ଓ ପୂରଣ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।


