ବଜାର ସାହିରେ ସାମାଜିକ ନାଟକ “ପୁଅ ଜନ୍ମ କରି ପାପ କରିଛି” ମଞ୍ଚସ୍ଥ
ଆସିକା (ୱାଇଏନ୍ଏସ୍) : ଆସିକା ପୌର ପରିଷଦ ଅଧୀନସ୍ଥ ୫ ନମ୍ବର ୱାର୍ଡର ବଜାର ସାହିରେ ଶ୍ରୀ ଶ୍ରୀ ତ୍ରିବିଦ୍ଧେଶ୍ୱର ମହାଦେବଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଯାତ୍ରା ଜଗତର ଜଣାଶୁଣା ସୁନାମଧନ୍ୟ ନିର୍ଦ୍ଦେଶକ ଭବାନୀ ଶଙ୍କର ମଲିକ (ଟୁଟୁ)ଙ୍କ ନିଖୁଣ ନିର୍ଦ୍ଦେଶନାରେ ଶ୍ରେଷ୍ଠ ସାମାଜିକ ନାଟକ “ପୁଅ ଜନ୍ମ କରି ପାପ କରିଛି” ମଞ୍ଚସ୍ଥ ହୋଇଯାଇଛି । ଶୀତଳଷଷ୍ଠୀ ଯାତ୍ରା ପରିଚାଳନା କମିଟି ସଭାପତି ତଥା ଶ୍ରୀ ଶ୍ରୀ ତ୍ରିବିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପରିଚାଳନା କମିଟି ସଭାପତି ଆଧ୍ୟାତ୍ମିକପ୍ରେମୀ ଜିତେନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଆସିକା ପୌର ପରିଷଦର ବଜାର ସାହିରେ ମଞ୍ଚସ୍ଥ ହୋଇଥିବା ଏହି ସାମାଜିକ ନାଟକକୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କଳାକାର ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଦିଗରେ ଏହି ସାମାଜିକ ନାଟକ ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି କରିଥିଲେ । ଏହି ସାମାଜିକ ନାଟକ ପୁଅ ଜନ୍ମ କରି ପାପ କରିଛି ର ମଞ୍ଚସ୍ଥ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ନିର୍ଦ୍ଦେଶକ ଇଂ ସଚ୍ଚିଦାନନ୍ଦ ରାଉତ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ସରପଞ୍ଚ ଜୟସେନ ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଅଜିତ୍ କୁମାର ଚୌଧୁରୀ, ମାନସ ରଂଜନ ଗୌଡ, ନାରାୟଣ ବେହେରା, ପ୍ରିୟାଂଶୁ ଶେଖର ପରିଡାଙ୍କ ସମେତ ବହୁ ସଚେତନ ନାଗରିକ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଯାତ୍ରା ଜଗତର ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ଭବାନୀ ଶଙ୍କର ମଲିକ (ଟୁଟୁ) ଏବଂ ଯାତ୍ରା ପରିଚାଳନା କମିଟି ସଭାପତି ଜିତେନ୍ଦ୍ର କୁମାର ମହାରଣାଙ୍କ ସମେତ ଆଗନ୍ତୁକ ଅତିଥି ମାନଙ୍କୁ ଆୟୋଜକଙ୍କ ପକ୍ଷରୁ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆସିକା ସହରର ୫ ନମ୍ବର ୱାର୍ଡର ବଜାର ସାହି ନିକଟରେ କାହିଁ କେଉଁ ଆବାହମାନ କାଳରୁ ଋଷିକୁଲ୍ୟ ନଦୀତଟରେ ପୂଜା ପାଇଆସିଥିବା ବାବା ତ୍ରିବିଦ୍ଧେଶ୍ୱରଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଅବସରରେ ମନ୍ଦିର ପରିଚାଳନା କମିଟି ଏବଂ ଯାତ୍ରା ପରିଚାଳନା କମଟିି କର୍ମକର୍ତ୍ତା ମାନଙ୍କ ପ୍ରଚେଷ୍ଟାରେ ପରିବେଶିତ ହୋଇଥିବା ଏହି ସାମାଜିକ ନାଟକ “ପୁଅ ଜନ୍ମ କରି ପାପ କରିଛି” ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥିଲା ବେଳେ ପ୍ରାରମ୍ଭରେ ନୃତ୍ୟନୃତ୍ୟାଙ୍ଗନାଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ସାମାଜିକ ନାଟକ “ପୁଅ ଜନ୍ମ କରି ପାପ କରିଛି”କୁ ସୁପରିଚାଳନା କରିବା ଦିଗରେ ଶୀତଳଷଷ୍ଠୀ ଯାତ୍ରା ପରିଚାଳନା କମିଟି ସଭାପତି ତଥା ମନ୍ଦିର ପରିଚାଳନା କମିଟି ସଭାପତି ଜିତେନ୍ଦ୍ର କୁମାର ମହାରଣା, ଆଧ୍ୟାତ୍ମିକପ୍ରେମୀ ପି.ଶୁଭମ୍ ପାତ୍ର, ଚନ୍ଦ୍ରଶେଖର ମୁନି, ନିଗମାନନ୍ଦ ରାଉତ, ସତୀଶ୍ ଆଚାରୀ, ଶୁଭମ୍ ସାହୁ, ଦୁର୍ଗାମାଧବ ମୁନି, ନରସିଂହ ମୁନି, ଜଗବନ୍ଧୁ ମହାରଣା, ସମୀର ପ୍ରଧାନ, ରାହୁଳ ଆଚାରୀ, କେ.ସମ୍ବିତ୍ ଆଚାରୀ, ଏମ୍.ଶିବ ଆଚାରୀ, ସୋନୁ ପ୍ରଧାନ, ଜିତ୍ କୁମାର ସାହୁ, ରୁଦ୍ର ମୁନି, ଆୟୁଷ୍ମାନ୍ ନାହାକ, ଶ୍ରୀନିବାସ ମହାନ୍ତି, କେ.ବିଭି ଆଚାରୀ, ଅଜିତ୍ କୁମାର ମୁନି, ନାନୁ ମୁନି, ତାରିଣୀ ଆଚାରୀ, ଶ୍ରୀକାନ୍ତ ଆଚାରୀଙ୍କ ସମେତ ବହୁ ଆଗ୍ରହୀ ଯୁବପିଢୀ ସଂପୁର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


