ଏସସିବି ମେଡ଼ିକାଲରେ ଜମି ରହିଛି ବର୍ଷା ପାଣି, ହନ୍ତସନ୍ତ ହୋଉଛନ୍ତି ରୋଗୀ

କଟକ, (ଓ୍ବାଇଏନଏସ): ସାରା ରାଜ୍ୟରେ ଏବେ ଲଗାଣ ବର୍ଷା ଜାରି ରହିଛି । କଟକରେ ମଧ୍ୟ ଦୁଇ ଦିନ ଧରି ଚାଲୁ ରହିଚ୍ଛି ବର୍ଷା। ଏହି ବର୍ଷାର ପ୍ରଭାବ ଯୋଗୁଁ କଟକ ବଡ଼ ମେଡିକାଲ ପରିସରରେ ଗୁରୁତର ସମସ୍ୟା ସୃଷ୍ଟି କରିଛି । ମେଡିକାଲର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମା ହୋଇ ରହିଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅସୁବିଧାରେ ସମ୍ମୁଖୀନ ହୋଉଥିବା ଦେଖିବାକୁ ମିଳିଛି । କିଛି ୱାର୍ଡ ଓ ରାସ୍ତାରେ ପାଣି ଜମି ଥିବାରୁ ଯାତାୟାତ ମଧ୍ୟ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି । ଡ୍ରେନ ସଫା ଠିକ୍ ଭାବରେ ହୋଇନଥିବାରୁ ବର୍ଷା ପାଣି ସଠିକ ଭାବେ ନିଷ୍କାସନ ହେଉନାହିଁ ଯାହାକୁ ନେଇ ବର୍ଷା ପାଣି ଜମି ରହୁଥିବା ଅଭିଯୋଗ ହେଉଛି । ଫଳରେ ମେଡିକାଲ ପରିସରରେ ଜଳବନ୍ଦୀ ପରିସ୍ଥିତି ବା କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀମାନେ ଚିକିତ୍ସା ସେବା ସହ ଦୈନନ୍ଦିନ ଯାତାୟାତରେ ମଧ୍ୟ କଷ୍ଟଭୋଗ କରୁଛନ୍ତି । ପ୍ରଶାସନ ପକ୍ଷରୁ ଶୀଘ୍ର ଡ୍ରେନ ସଫାଇ ଓ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ