ଏସଏଚଜି ଗ୍ରୁପର ଋଣ ଟଙ୍କା ହେରଫେର କରିବା ଘଟଣା : ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ମହିଳା
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଂଚାୟତ ର ପାଲିଆମ୍ମା ଗ୍ରାମ ର ମା କାଳୀଜାଇ ସ୍ୱୟଂ ସହାୟିକା ଗୋଷ୍ଠୀ ର ଋଣ ଟଙ୍କା ସିଆରପି ଏବଂ ବ୍ୟାଙ୍କ ମ୍ୟାନଜର ମିଳିତ ଭାବେ ହେରଫେର କରିଥିବା ନେଇ ଏସଏଚଜି ଗ୍ରୁପ ବହୁ ମହିଳା ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ସଚ୍ଚିଦାନନ୍ଦ ନାୟକ ଙ୍କୁ ଭେଟି ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି l ସରକାରଙ୍କ ପକ୍ଷରୁ ଏସଏଚଜି ଗ୍ରୁପ ମାନଙ୍କୁ ଋଣ ଦେଇ ସ୍ୱାବଲମ୍ବି କରିବା ନିମନ୍ତେ ବିଭିନ୍ନ ସୁବିଧା କରିଥିବା ବେଳେ ତାହାକୁ ବାଟମାରଣା କରାଯାଉଛି l କିଛି ଅଶିକ୍ଷିତ ଏବଂ ବୟସ୍କ ମହିଳା ମାନେ ଏହାର ଶିକାର ହେଉଛନ୍ତି l ଏପରି ଘଟଣା ର ଅଭିଯୋଗ ଆସିଛି ମା କାଳୀଜାଇ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସେମାନେ ୧୦ ଲକ୍ଷ ଟଙ୍କା ଋଣ ଆଣିବା ନିମନ୍ତେ ଓଡିଶା ଗ୍ରାମୀଣ ବ୍ୟାଙ୍କ ଯାଇଥିଲେ l ମାତ୍ର ସେମାନଂକୁ ୧୦ ଲକ୍ଷ ଟଙ୍କା ବଦଳ ରେ ୯ ଲକ୍ଷ ୩୯ ହଜାର ୧୫୪ ଟଙ୍କା ଦିଆଯାଇଛି l ଏହାସହ ଜଣ ଙ୍କୁ ୮୨ ହଜାର ଟଙ୍କା ଦିଆଯାଇଛି l ଏ ସମ୍ପର୍କ ରେ ଗ୍ରୁପ ସଭାନେତ୍ରୀ, ସମ୍ପାଦିକା, ସିଆରପି ଏବଂ ବ୍ୟାଙ୍କ ମ୍ୟାନଜର ପଚାରି ଥିଲେ ମଧ୍ୟ କିଏ ବି ସଠିକ ଉତ୍ତର ଦେଉ ନାହାନ୍ତି l ଏଣୁ ଏହାର ସଠିକ ଭାବେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ନିମନ୍ତେ ସେମାନେ ଅନୁରୋଧ କରିଛନ୍ତି l


