ବିମାନବନ୍ଦର ରନ୍‌ୱେର ରିସର୍ଫେସିଂ କାମ ଫେବ୍ରୁଆରୀରୁ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରନ୍‌ୱେର ରିସର୍ଫେସିଂ କାମ ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେବ। ଏ ସମ୍ପର୍କରେ ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି କାମବେଳେ ୮ରୁ ୧୦ ମାସ ବିମାନ ସେବା ପ୍ରଭାବିତ ହେବ। ପ୍ରଥମ ପର୍ଯ୍ୟାୟରେ ଏହି କାମ ରାତିରେ କରାଯିବ। ତେଣୁ ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଦିନରେ କାର୍ଯ୍ୟ କରାଯିବ। ତେଣୁ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଉଡ଼ାଣ ବନ୍ଦ ରହିବ। ଏନେଇ ବିଭିନ୍ନ କମ୍ପାନୀ ସହ ଆଲୋଚନା କରାଯାଇ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ କରାଯିବ ବୋଲି ନିର୍ଦ୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ