ତହସିଲ କାର୍ଯ୍ୟାଳୟରେ ବୃକ୍ଷରୋପଣ

ନାଉଗାଁ,(ଓ୍ବାଇଏନଏସ) :ଜଗତସିଂହପୁର ନାଉଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ଅବସରରେ ମଝିପଡା ମା’କୁତାମଚଣ୍ଡୀ ହେଲ୍ପ କ୍ଳବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଳବର ସଦସ୍ୟ ତଥା ସମାଜିକ କର୍ମୀ ଲିଙ୍ଗରାଜ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଅକ୍ଷୟ କୁମାର ବଡୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା,ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଶିକ୍ଷକ ନିରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ପ୍ରଥମେ କ୍ଳବ ସଦସ୍ୟମାନଙ୍କ ଦ୍ୱାରା ଅତିଥିମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଳବର ସଦସ୍ୟ ଓମ୍ ପ୍ରକାଶ ସାହୁ, ନିର୍ମଳ କୁମାର ସାହୁ,ସୌମ୍ୟ ରଂଜନ ନାୟକ,ପ୍ରଳୟ ମହାନ୍ତି,ମଳୟ ମହାନ୍ତି,ସନ୍ଦୀପ ରଂଜନ ନାୟକ,ସମେତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରୀ ସୋନାଲୀ ସାହୁ, ଦୀପିନା ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ