ସମୁଦ୍ର କୁଳରେ ପଥର ବନ୍ଧ କରିବା ସକାଶେ ଜିଲ୍ଲାପାଳଙ୍କୁ ଭେଟିଲେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି

ଛତ୍ରପୁର, (ଓ୍ବାଇଏନଏସ):   ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ  ଅଂଚଳରେ କୁ ଦିନ କୁ ଦିନ ସମୁଦ୍ର କୂଳ ଖାଇବା ଲାଗିଛି l ଗାଁ କୁ ସମୁଦ୍ର ଆଉ ରହିଲା ଅଳ୍ପ ଦୁର l ପ୍ରଶାସନ  ଖାଲି ପ୍ରତିଶୃତି ଦେଉଛନ୍ତି ସିନା ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି l    ଅଂଚଳବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି l    ଆମ କୁ ସୁରକ୍ଷା ଦିଅନ୍ତୁ ନଚେତ ଆମ ଗାଁ ସମୁଦ୍ର ରେ ଲୀନ ହୋଇଯିବ l  ଆମେ ଆମର ହକ ଏବଂ ଗାଁ ର ସୁରକ୍ଷା ନିମନ୍ତେ ଲଢେଇଜାରି ରହିବ l ମରିବୁ ପଛେ ଗାଁ ର ସ୍ଥାୟୀ ସୁବିଧା ନିମନ୍ତେ ଆନ୍ଦୋଳନଜାରି ରହିବ ବୋଲି ସାନ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି l ଦରକାର ପଡିଲେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ରାଜରାସ୍ତା ବନ୍ଦ କରିବୁ ବୋଲି ସେମାନେ କହିଛନ୍ତି l    ଏନେଇ ମଙ୍ଗଳବାର ସାନଆର୍ଯ୍ୟପଲ୍ଲୀ ଶ୍ରୀ ଶ୍ରୀ ମା ମୁତ୍ୟାଲୁ ପୋଲାମ୍ମା  ଗ୍ରାମ୍ୟ କମିଟି ପକ୍ଷରୁ ଗ୍ରାମକୁ ସୁରକ୍ଷା ଦେବା ପାଇଁ ସମୁଦ୍ର କୁଳରେ ପଥର ବନ୍ଧ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କୁ ଭେଟି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଆଗାମୀ ୭ଦିନ ମଧ୍ୟରେ ସମୁଦ୍ର କୁଳରେ ପଥର ବନ୍ଧ ନିର୍ମାଣ ନ କରାଗଲେ  ଗ୍ରାମବାସୀ ଆଇନ ଅନୁଯାୟୀ ଗୋପାଳପୁର ପୋର୍ଟ ମେଇନ ଗେଟ ଠାରେ ବିରାଟ ଗଣ ଆନ୍ଦୋଳନ କରିବେ ବୋଲି ମଧ୍ୟ ଉକ୍ତ ଦାବୀ ପତ୍ର ରେ ଦର୍ଶାଇଛନ୍ତି ।   ଗ୍ରାମବାସୀ ମନେ କହିବାଅନୁସାରେ ଗୋପାଳପୁର ବନ୍ଧର କର୍ତ୍ତୃପକ୍ଷ ନିଜର ଆର୍ଥିକ ବାଣିଜ୍ୟ କରିବା ସକାଶେ ଗତ, ଗତ, ୨୦୦୯ ମସିହାରେ ସମୁହରେ ବ୍ରେକ ୱାଟର କାମ ଆରମ୍ଭକରିବା ଦିନ ଠୁ ସମୁହକୂଳ ଦିନକୁ ଦିନ ଖାଇ, ଖାଇ, ଗ୍ରାମ ପ୍ରତି ଦିପଦ ସୃଷ୍ଟି କରିଅଛି ।ଏହାକୁ ଦୃଷ୍ଟିରେ ରଖୁ ୨୦୧୭-୧୮ ମସିହାରୁ ଲଗାତର ଗଣ ଆନ୍ଦୋଳନ କରିଆସୁ ଥିଲୁ । ଏଣୁ  ବାଧ୍ୟ ହୋଇ ଗତ, ୦୪/୦୩/୨୦୨୫ ମସିହାରେ ଗୋପାଳପୁର ମଧ୍ୟ ଜେଟିରେ ଏହି ବିଷୟରେ ସାମ୍ବାଦିକ ସମିଳନୀ କରାଯାଇଥିଲା କିନ୍ତୁ କୈଣସି ପ୍ରକାରେ ପଦକ୍ଷେପ ନେଇନଥିଲେ । ଏବଂ ଜୁଲାଇ ୨୦୨୫ ମସିହାର ୨୭ଖଣ୍ଡ ସାମୁଦ୍ରିକ ମତ୍ସ୍ୟଜୀବି         ଗ୍ରାମବାସୀମାନଙ୍କୁ ନେଇ ବିରାଟ ଗଣ ଆନ୍ଦୋଳନ କରାଯାଇଥିଲା   l ଏହି ଆନ୍ଦୋଳନକୁ ସ୍ଥଗିତ କରିବା ପାଇଁ ଜିଲ୍ଲା ପ୍ରାଶାସନ,  ସ୍ଥାନୀୟ ବିଧାୟକ,  ପୋର୍ଟ ମେଜେମେଣ୍ଟ, ଗ୍ରାମବାସୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା କି, ସମୁହ କୁଳକୁ ରକ୍ଷା କରିବା ପାଇଁ ପୋର୍ଟ କର୍ତ୍ତୃପକ୍ଷ ଦିନ‌କୁ ୨୫ ଗୋଟି ପଥର (୧୦ଚକିଆ) ହାଇଓ୍ବା ଗାଡିକୁ ନିୟୋଜିତ କରିବା ପାଇଁ ଚୁକ୍ତି ହୋଇଥିଲା l କିନ୍ତୁ ଦିନକୁ ଦୁଇ ତିନିଗୋଟି ପଥର ବୋଝୋଇ ଗାଡ଼ିକୁ ନିୟୋଜିତ କରି କେବଳ ୧୫ ଦିନ କାର୍ଯ୍ୟ କରାଯାଇଥିଲା l କିନ୍ତୁ ଗ୍ରାମ ଗୁଡ଼ିକକୁ ସମୁଦ୍ର କୂଳ ଖାଇବାରେ ରକ୍ଷା କରିପାରିନଥିଲା  l ଏଣୁ ଗ୍ରାମ ଗୁଡ଼ିକ ପ୍ରତି ଭୟଙ୍କର ପରିସ୍ଥିତି ଓ ସମୂହ ଗର୍ଭରେ ଗ୍ରାମ ଗୁଡିକ ଲୀନ ହେବାର ସମ୍ଭାବନା ଅଛି ।ଏହି ଦାବୀ ପତ୍ର ପ୍ରଦାନ ବେଳେ ଗ୍ରାମ୍ୟ କମିଟି ସଭାପତି ବି. ସୀମା,ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବି ନେତା ତଥା ସାଧାରଣ ସମ୍ପାଦକ ବି. ଭୀମସେନ, ଉପସଭାପତି ପି. ଗୁ୍ରେୟା, ପୂର୍ବତନ ସାଧାରଣ ସମ୍ପାଦକ ଏମ. ଦିଲ୍ଲୀପ, ଯୁବ ନେତା ଏନ. ଦିନବନ୍ଧୁ, ପି. ରାମବାବୁ, କେ. ଦାଶରଥୀ ଓ ଜେ. ଚିନେୟା ଙ୍କ ସମେତ ବହୁ ଯୁବକ ମନେ ଉପସ୍ଥିତ ଥିଲେ l ଏହା ସହିତ ଉକ୍ତ ଦାବୀ ପତ୍ର ର ନକଲ ଉପଜିଲ୍ଲାପାଳ, ତହସିଲଦାର,ଗଞ୍ଜାମ ଏସପି,ଏସ୍ଡ଼ିପିଓ, ମେରାଇନ ଥାନା ଓ ପୋର୍ଟ କତୃପକ୍ଷ ଙ୍କୁ ପ୍ରଦାନ କରାଯାଇଛି ବୋଲି ଗ୍ରାମବାସୀ ମନେ କହିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ