ନୋଡାଲ ୟୁପି ସ୍କୁଲରେ ୭୭ତମ ବନମହୋତ୍ସବ

ବୁଗୁଡ଼ା, (ଅନୀଲ କୁମାର ମହାରଣା): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୦୭/୭/୨୬ ତାରିଖ ଦିନ ୭୭ ତମ ବନମହୋତ୍ସବ ପାଳନ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଲା ରାଣୀ ଦାଶଙ୍କ ତତ୍ତ୍ୱାବଧାନରେ ଓ ଦକ୍ଷିଣ ଘୁମୁସର ବନ ଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବିଇଓ ଚିନ୍ମୟ ମହାପାତ୍ର ଯୋଗଦେଇ ବୃକ୍ଷ ରୋପଣର ଶୁଭାରମ୍ଭ କରିବା ସହ ପରିବେଶ ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ମୋ ସ୍କୁଲ ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ, ଏବଂ ସମ୍ମାନିତ ଅତିଥି ଭାବେ  ସିଆରସିସି ବିଶ୍ୱଜିତ ପରିଡ଼ା, ବନପାଳ  ସୁକାନ୍ତ କୁମାର ପଟ୍ଟନାୟକ, ସୁଧୀର କୁମାର ପଟ୍ଟନାୟକ ଓ ମହେଶ ପଟ୍ଟନାୟକ ଯୋଗଦେଇ ବନ ମହୋତ୍ସବର ଉଦ୍ଦେଶ୍ୟ ଓ ବୃକ୍ଷ ରୋପଣର ଉପକାରିତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଛାତ୍ରଛାତ୍ରୀଙ୍କ ସହ ଅତିଥି ବୃନ୍ଦ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ବନରକ୍ଷୀ ଓ ଅନ୍ୟାନ୍ୟ ବନ ବିଭାଗ କର୍ମଚାରୀ ବୃନ୍ଦ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ବୃକ୍ଷ ରୋପଣ, ବନ ସଂରକ୍ଷଣ ଓ ବନ୍ୟପ୍ରାଣୀ ପ୍ରତି ଦୟା ଭାବ ବିଷୟରେ ସଚେତନ କରାଇଥିଲେ। ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ