ପ୍ରକୃତ ପଞ୍ଜିକୃତ ଚାଷୀଙ୍କ ଧାନ କିଣା ନଯିବାରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ଛତ୍ରପୁର,(ଓ୍ବାଇଏନଏସ):  ମସିହାରେ  ଗଂଜାମ ଜିଲ୍ଲାରେ ୧ ଲକ୍ଷ ୫୬, ୭୧୩ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଥିଲେ । ଡିସେମ୍ବର ୧୬ ତାରିଖ ଠାରୁ ଧାନ କିଣା ଆରମ୍ଭ ହୋଇ ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଧାନ କିଣା ଚାଲିଥିଲା । ସେଥ୍ ମଧ୍ୟରୁ ମାର୍ଚ୍ଚ ମାସ ୩୧ ତରିଖ ପର୍ଯ୍ୟନ୍ତ ୧୪୭୧ ଜଣ ଚାଷୀଙ୍କ ଧାନ ଅଛି ବୋଲି ସୋସାଇଟି ସଂପାଦକ ମାନେ ସର୍ଭେ ଓ ମେପିଙ୍ଗ ଫଟୋ ଉଠେଇ ଜିଲ୍ଲାପାଳଙ୍କ ଦସ୍ତଖତରେ ଯୋଗାଣ ବିଭାଗକୁ ଚିଠି ପଠାଯାଇଥିଲା । ମାତ୍ର ଜଣେ ଜୈନିକ ଜିଲ୍ଲା ସମବାୟ ଅଧିକାରୀଙ୍କ ଖ୍ୟାମଖୁଆଲି ଓ ବେଖାତିର ମନବୃତ୍ତ ଯୋଗୁଁ ପ୍ରକୃତ ୫ ହଜାରୁ ଅଧ‌ିକ ଗରିବ ଚାଷୀ ମାନେ ଜୁଲାଇ ମାସରୁ ପଞ୍ଜିକରଣ କରି ୮ ମାସ ପର୍ଯ୍ୟନ୍ତ ଅପେକ୍ଷା କରି ଶେଷରେ ହତାଶ ଓ ହଇରାଣ ହୋଇ ଧାନ କ୍ଵିଣ୍ଟାଲ ସରକାରୀ ଦର ୩୧୦୦ ଟଙ୍କା ଥିବା ବେଳେ ମଧ୍ୟସ୍ଥି ବେପାରୀଙ୍କୁ ମାତ୍ର ୨୦୦୦ ଟଙ୍କାରେ ବିକି ଲକ୍ଷ   ଲକ୍ଷ ଟଙ୍କା କ୍ଷତି  ସହିଲେ । ସରକାରଙ୍କ ତରଫରୁ ଆସିଥିବା ଟାର୍ଗେଟ ୪୭ ହଜାର କ୍ଵିଣ୍ଟାଲ ଫେରାଇ ଦେଲେ । ମାତ୍ର ପୁରୀ ଏବଂ ଜଗତସିଂହପୁର, କନ୍ଧମାଳ ଜିଲ୍ଲାରୁ ପ୍ରାୟ ୪,୫୦ ହଜାର କ୍ଵିଣ୍ଟାଲ ଧାନ କିଣାଯାଇ ଥିବାର ଜଣା ପଡିଛି । ପ୍ରକୃତରେ ସେଠାରୁ ଧାନ ନ କିଣି କେବଳ କାଗଜ ପତ୍ରରେ ମିଛରେ ଧାନ କିଣା ହେଲା ବୋଲି ଦର୍ଶାଯାଇ ମଣ୍ଡି ପରିଚାଳନା ବାବଦକୁ ଗାଡିଭଡା ଖର୍ଚ୍ଚ ବାବଦରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରାଯାଇଛି । ଏଥିରେ ପ୍ରମୁଖ ଯୋଗାଣ ବିଭାଗର ଅଧିକାରୀମାନେ ସଂପୃକ୍ତ ଅଛନ୍ତି । ଏ ସମ୍ପର୍କରେ ଅଭିଯୋଗ  ପରେ ଖୋଳତାଡ କରି ନାମକୁ ମାତ୍ର ମିଲ୍ ଚଡାଉ କରି ପାଉଣା ନେଇ ନୀରବ ରହିଛନ୍ତି ଅଧୀକାରୀ ମାନେ । ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ହେବା ଜରୁରୀ । ଜିଲ୍ଲାର ପ୍ରକୃତ ଚାଷୀଙ୍କ ଧାନ ନ କିଣି ଅନ୍ୟ ଜିଲ୍ଲାରୁ ଦୁର୍ନୀତି କରି ଧାନ କିଣି ଗଞ୍ଜାମ ଜିଲ୍ଲା ଚାଷୀଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଥିବାରୁ ଜିଲ୍ଲାର ୧୦ ଜଣ ଚାଷୀ, ଭାଗ ଚାଷୀ ଓ ମହିଳା ଚାଷୀ ହାଇକୋର୍ଟର ବରିଷ୍ଠ ଓକଲି ଶକ୍ତିକାନ୍ତ ଦାସ ଓ କ୍ଷିରୋଦ କୁମାର ରାଉତ ଙ୍କ ତତ୍ତ୍ଵାବଧାନରେ ଜନସ୍ୱାର୍ଥ ମାମଲା କେସ କରାଯାଇଛି ବୋଲି ଏକ ପ୍ରେସ ଇସ୍ତାହାରରେ ଋଷିକୂଲ୍ୟା ରୟତ ମହାସଭା ସଂପାଦକ ସିମାଞ୍ଚଳ ନାହାକ ପ୍ରକାଶ କରିଛନ୍ତି । ମାନ୍ୟବର ହାଇକୋର୍ଟର ହୋଇଥିବା ଜନସ୍ବାର୍ଥ ମାମଲାର କେସ ନମ୍ବର ହେଉଛି ୨୩୩୩୫/୨୬ । ମାନ୍ୟବର ହାଇକୋର୍ଟ ଚାଷୀଙ୍କ ସ୍ବାର୍ଥଦୃଷ୍ଟିରୁ ରଖି ଏହି କେସ କୁ ଗ୍ରହଣ କରିଥିବାର ଓକଲି କ୍ଷିରୋଦ କୁମାର ରାଉତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ