ଶିକ୍ଷାବିଭାଗ ପକ୍ଷରୁ ଆସିକାରେ ପ୍ରଧାନଶିକ୍ଷକଙ୍କ ମାର୍ଗଦର୍ଶନ କର୍ମଶାଳା
ଆସିକା(ୱାଇଏନ୍ଏସ୍) : ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ଆସିକା ଶିକ୍ଷାବିଭାଗ ପକ୍ଷରୁ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ୧୩ଟି କ୍ଳଷ୍ଟରର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ନେଇ ଏକ ମାର୍ଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସିକା ଶିକ୍ଷାବିଭାଗ ପକ୍ଷରୁ ଅନୁଷ୍ଠିତ ପ୍ରଧାନଶିକ୍ଷକଙ୍କ ଏହି ମାର୍ଗଦର୍ଶନ କର୍ମଶାଳାରେ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀ ଏବଂ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା,ନୋଡାଲ୍ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇ ଗ୍ରାମୀଣ ସ୍ତରରେ ୧୫ ରୁ ୩୫ ବର୍ଷ ମଧ୍ୟରେ ଆଦୌ ପାଠ ପଢିନଥିବା କିମ୍ବା ଅଧାରୁ ପାଠ ଛାଡି ଦେଇଥିବା ନିରକ୍ଷର ମହିଳା ଓ ପୁୁରୁଷଙ୍କୁ ସାକ୍ଷର କରିବା ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ସାଙ୍ଗକୁ ଅନ୍ୟାନ୍ୟ ଶିକ୍ଷା କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଶିକ୍ଷାବିଭାଗ ପକ୍ଷରୁ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ପ୍ରଧାନଶିକ୍ଷକଙ୍କ ମାର୍ଗଦର୍ଶନ କର୍ମଶାଳାରେ ଆସିକା ବିଇଓ କାର୍ଯ୍ୟାଳୟର ଯୋଜନା ସଂଯୋଜକ (ଏମ୍ଆଇଏସ୍) ଚିନ୍ମୟ ପ୍ରଧାନ ଏବଂ ହିସାବରକ୍ଷକ ସୋମନାଥ ପ୍ରଧାନ ଯୋଗଦେଇ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ସଫଳତା ଠାରୁ ଆରମ୍ଭ କରି ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ ଶିକ୍ଷା (ୟୁଡାଇଜ୍ ପ୍ଳସ୍), ଖାନ୍ ଏକାଡେମୀର କାର୍ଯ୍ୟକାରିତା, ନୂତନ ଭାବେ ଗଠିତ ହେବାକୁ ଥିବା ବିଦ୍ୟାଳୟ ପରିଚାଳନା କମିଟିର ନୀତିନିୟମ, ବିଦ୍ୟାଳୟ ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ପାନୀୟ ଜଳର ସୁବନ୍ଦୋବସ୍ତ କରିବା, ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ସାଙ୍ଗକୁ ଅନ୍ୟାନ୍ୟ ନୀତିନିୟମ ଉପରେ ବିସ୍ତୃତ ଭାବେ ବୁଝାଇଥିବା ଦେଖିବାକୁ ମିଳିଥିଲା । ଆସିକା ଶିକ୍ଷାବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ମାର୍ଗଦର୍ଶନ କର୍ମଶାଳାରେ ସିଆର୍ସିସି ରାଧାମୋହନ ଡାକୁଆ, ସୌଦାମିନୀ ହୋତା, ଚିତ୍ରସେନ ସେଠୀ, ରଂଜିତା ପାତ୍ର, ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ଅବନୀକାନ୍ତ ତ୍ରିପାଠୀ, ପରମାନନ୍ଦ ଜାନି, ଚିତ୍ତରଂଜନ ଷଡଙ୍ଗୀ, ବାଳକୃଷ୍ଣ ଲେଙ୍କା, ଶିବଶଙ୍କର ଜେନା, ବାଳକୃôଷ୍ଣ ହୋତା, ଦିନେଶ୍ ଚନ୍ଦ୍ର ପାତ୍ର, ସତ୍ୟନାରାୟଣ ସେଠୀ, ଗଣପତି ସେଠୀ, ଶିବରାମ ଗୌଡ, ସାରଙ୍ଗଧର ଦାସ, କୃଷ୍ଣଚନ୍ଦ୍ର ମୁନି, ସନ୍ତୋଷ କୁମାର ବେହେରା, ସଙ୍ଗୀତା ବେହେରା, ମନୋଜ କୁମାର ବେହେରା, ମନୋଜ କୁମାର ସେଠୀ, ରାଜକୁମାର ସ୍ୱାଇଁ, ବୁଲୁ ପ୍ରଧାନ, ଅମ୍ବିକା ପାଣିଗ୍ରାହୀ, ଅରୁଣ କୁମାର ଦାଶ, ନିରଞ୍ଜନ ବେହେରା, ବନମାଳୀ ବେହେରାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ବହୁ ପ୍ରଧାନଶିକ୍ଷକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।


