ଭୟାବହ ଅଗ୍ନିକାଣ୍ଡକୁ ପୁରିଲା ୧ ମାସ : କେବେ କାର୍ଯ୍ୟକ୍ଷମ ହେବ ପ୍ରଧାନ ଡାକଘର ?

ଆସିକା  (ୱାଇଏନ୍‍ଏସ୍‍) : ଚାହୁଁ ଚାହୁଁ ଏକ ମାସ ପୁରିଯାଇଛି । ଗତ ଜୁନ୍‍ ମାସ ୭ ତାରିଖ ରବିବାର ଦିନ ଆସିକା ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟି ସମସ୍ତ କାଗଜପତ୍ର, କମ୍ପ୍ୟୁଟର, ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଆସିକା ଡାକମଣ୍ଡଳ କାର୍ଯ୍ୟାଳୟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ଏକ ମାସ ପୁରିଯାଇଥିଲେ ବି କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଲା ତାହା ଏବେବି ରହସ୍ୟ ଘେରରେ ରହିଯାଇଛି । ଆସିକା ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ଜନ୍‍ ମାସ ୭ ତାରିଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ଏକ ମାସ ପୁରିଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ପ୍ରଧାନ ଡାକଘର କିମ୍ବା ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇନଥିବା ଜଣାପଡିଛି । ଆସିକା ପ୍ରଧାନ ଡାକଘର ଅଧୀନରେ ହଜାର ହଜାର ଗ୍ରାହକ ଓ ଜମାକାରୀ ନିର୍ଭର କରୁଥିବା ବେଳେ ବନ୍ଦ ହୋଇଥିବା ପ୍ରଧାନ ଡାକଘର ସ୍ୱାଭାବିକ ଭାବେ ପୂର୍ବପରି କେବେ କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଆସିକା ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ପ୍ରଧାନ ଡାକଘର ଉପରେ ନିର୍ଭର କରୁଥିବା ଜମାକାରୀ ଓ ଗ୍ରାହକମାନଙ୍କ ସୁବିଧା ସାଙ୍ଗକୁ ତ୍ୱରିତ୍‍ ସେବା ଯୋଗାଇଦେବା ଲାଗି ବିଭାଗୀୟ କର୍ତ୍ତୃପକ୍ଷ ସୁନାମ୍ବ ସାହି ଉପ ଡାକଘର, ଖମ୍ବେଶ୍ୱରୀପାଟଣା ଉପ ଡାକଘର, ଆସିକା ଜଙ୍କ୍‍ସନ୍‍ ଉପ ଡାକଘର, ରଘୁନାଥ ନଗର ଉପ ଡାକଘର ଗୁଡିକରେ ଅସ୍ଥାୟୀ ଭାବେ ସାମୟିକ ସମୟ ପାଇଁ ବ୍ୟବସ୍ଥା କରିଥିବା ଜଣାପଡିଛି । ସେହିପରି ଡାକମଣ୍ଡଳ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ନୁଆଗାଁ ଉପ ଡାକଘର ଏବଂ କଲେଜଛକ ଉପ ଡାକଘର ଜରିଆରେ ସଂପାଦିତ ହେଉଥିବା ଜଣାପଡିଛି । ଆସିକା ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ଜୁନ୍‍ ମାସ ୭ ତାରିଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ଫଳରେ ଦୀର୍ଘ ପ୍ରାୟ ୧ ମାସ ଧରି ଏଟିଏମ୍‍ ସେବା ଏବଂ ଅଗ୍ରୀମ ରେଳ ଟିକଟ ସେବା ବନ୍ଦ ଥିବା ବେଳେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଡାକଘର ଜରିଆରେ ପାସପୋର୍ଟ ସେବା ଯୋଗାଇ ଦିଆଯାଉଥିବା ଜଣାପଡିଛି । ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍‍ ଦିଲୀପ କୁମାର ବେହେରାଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ବିଭାଗୀୟ କର୍ମଚାରୀମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ବିଭିନ୍ନ ଉପ ଡାକଘର ଗୁଡିକ ଜରିଆରେ ଜମାକାରୀ ତଥା ଗ୍ରାହକମାନଙ୍କୁ ତ୍ୱରିତ୍‍ ସେବା ଯୋଗାଇଦେବା ଲାଗି ଚାଲିଥିବା ପ୍ରୟାସକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ଜୁନ୍‍ ମାସ ୭ ତାରିଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ବିଭାଗୀୟ ପଦାଧିକାରୀମାନେ ଆସି ପରିଦର୍ଶନ କରି ଫେରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରଧାନ ଡାକଘର କାର୍ଯ୍ୟକ୍ଷମ ହୋଇପାରିନଥିବା ଜଣାପଡିଛି । ଆସିକା ପ୍ରଧାନ ଡାକଘର ସମେତ ଡାକମଣ୍ଡଳ କାର୍ଯ୍ୟାଳୟକୁ ତୁରନ୍ତ ସ୍ୱାଭାବିକ ଅବସ୍ଥାକୁ ଫେରାଇ ପୂର୍ବପରି କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ଡାକମଣ୍ଡଳ କାର୍ଯ୍ୟାଳୟରେ ହୋଇଥିବା ଭୟାବହ ଅଗ୍ନିକାଣ୍ଟକୁ ଏକ ମାସ ପୁରିଯାଇଥିଲେ ବି ପ୍ରଧାନ ଡାକଘର କାର୍ଯ୍ୟକ୍ଷମ ବିଳମ୍ବ ସଂକ୍ରାନ୍ତରେ ବିଭାଗୀୟ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍‍ ଦିଲୀପ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି । ଡାକ ବିଭାଗ ଉଚ୍ଚ କର୍ତ୍ତୃରକ୍ଷ ତୁରନ୍ତ ଧ୍ୟାନ ଦେଇ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ସାମୟିକ ଭାବେ ବନ୍ଦ ଥିବା ଆସିକା ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ପ୍ରଧାନ ଡାକଘରକୁ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକୀୟ ଭିତ୍ତିଭୂମୀକୁ ସୁଦୃଢ କରି କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ଶିକ୍ଷାବିତ୍‍ ତଥା ବରିଷ୍ଠ ନାଗରିକ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ