ନୂତନ ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାସଂସ୍ଥାର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ନୂତନ କେନ୍ଦ୍ର ଅଧିକାରୀ ସନତ ପ୍ରଧାନଙ୍କୁ ବିଭାଗୀୟ କର୍ମଚାରୀମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଜଣାପଡିଛି । ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ଅଗ୍ନିଶମ ସେବାକେନ୍ଦ୍ରର ନୂତନ ଅଧିକାରୀ ରୂପେ ସନତ ପ୍ରଧାନ କାର୍ଯ୍ୟରେ ଯୋଗଦେଇଛନ୍ତି । ଆସିକା ଅଗ୍ନିଶମ ସେବା କେନ୍ଦ୍ରର କେନ୍ଦ୍ର ଅଧିକାରୀ ରୂପେ ଦାୟିତ୍ୱ ଗ୍ରହଣ କରିଥିବା କର୍ତ୍ତବ୍ୟନିଷ୍ଟ ଅଫିସର ସନତ ପ୍ରଧାନ ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ସ୍ଥିତ ଅଗ୍ନିଶମ ସେବାକେନ୍ଦ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଆସିଥିଲେ । ଆସିକା ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱାଗତକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ, ମୁଖ୍ୟ ଅଗ୍ନିଯୋଦ୍ଧା ଦ୍ୱାରିକାନାଥ ମେକାପ୍, ଗାଡିଚାଳକ ସନ୍ତୋଷ ନାୟକ, ଆଗ୍ନିକ ଗାଡିଚାଳକ ନକୁଳ ବେହେରା, ଅଗ୍ନିଯୋଦ୍ଧା ପ୍ରକାଶ କହଁର, ସୁଶାନ୍ତ ବେହେରା, ବାବୁଲା ଗୌଡ, ଶୁଭଜିତ୍ ସାହୁ, ବିଟୁ ରାଉତ, ଏପି ଅଭିଜିତ୍, ସୁବ୍ରତ କୁମାର ପ୍ରଧାନ, ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ନୂତନ କେନ୍ଦ୍ର ଅଧିକାରୀ ସନତ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ଅଗ୍ନିଶମ ସେବାକେନ୍ଦ୍ରକୁ ରାଜ୍ୟର ଏକ ଅଗ୍ରଣୀ ସେବାସଂସ୍ଥାରେ ପରିଗଣିତ କରିବା ପାଇଁ ନବନିଯୁକ୍ତ କେନ୍ଦ୍ର ଅଧିକାରୀ ସନତ ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଥିବା ପରିଲକ୍ଷିତ ହୋଇଥିଲା ।


