ଧ୍ୟାନ ଓ ଆତ୍ମ ଜ୍ଞାନ ଶିବିର
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ବଳଭଦ୍ର ପିରାମିଡ୍ ଧ୍ୟାନ କେନ୍ଦ୍ର ଭୁବନେଶ୍ୱର ତରଫରୁ ମଙ୍ଗଳବାର ବ୍ରହ୍ମପୁର ବିଜିପୁର ଟ୍ୟାଙ୍କ ରୋଡ ସ୍ଥିତ ଲିଜମ ଡ୍ୟାନସ ଷ୍ଟୁଡିଓ ପରିସରରେ ଦିନିକିଆ ଧ୍ୟାନ୍ ଓ ଆତ୍ମଜ୍ଞାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ତରଫରୁ ଇପ୍ସିତା ପୂଜାରୀ, ରଘୁପ୍ରସାଦ ପାତ୍ର, ପ୍ରଶାନ୍ତି ପଟନାୟକ, ସୁନନ୍ଦା ନାୟକ ଓ ହେମଲତା ପ୍ରମୁଖ ଉପସ୍ଥିତ ରହି ମଣିଷ ଜୀବନରେ ଧ୍ୟାନ ଓ ଆତ୍ମ ଜ୍ଞାନ ର ଆବଶ୍ୟକତା ନେଇ ଆଲୋଚନା କରିଥିଲେ । ସେହି ପରୀ ଏଠାରେ ବିଭିନ୍ନ ଧ୍ୟାନ ପ୍ରଦର୍ଶନ କରାଯାଇ ତାର ଉପଯୋଗିତା ସମ୍ପର୍କ ରେ ସୂଚନା ଦିଆଯାଇଥିଲା । ଆଜିକାଲି ର ବ୍ୟସ୍ତ ବହୁଳ ଜୀବନରେ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଆଉ ମନରେ ସ୍ଥିରତା ଆଣିବାକୁ ହେଲେ ଧ୍ୟାନ ଓ ଆତ୍ମଜ୍ଞାନ ନିହାତି ଜରୁରୀ ବୋଲି କୁହାଯାଇଥିଲା । ଷ୍ଟୁଡିଓ ମୁଖ୍ୟ ପରିଚାଳିକା ଆୟେଶା ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏପରି କାଯ୍ୟକ୍ରମ ଅୟୋଜନ କରାଯାଇଥିବା ବେଳେ ଏଥିରେ ବହୁ ପୁରୁଷ,ମହିଳା ଓ ଯୁବକ ଯୁବତୀ ଯୋଗ ଦେଇଥିଲେ ।


