ଚାରା ବିତରଣ ଅଭିଯାନ କାର୍ଯ୍ୟକ୍ରମ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବନ ବିଭାଗ ତରଫରୁ ଓଡ଼ିଶା ସରକାର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକଲ୍ୟରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପୁରୁଣା ଥାନା ଗେଟ ସମ୍ମୁଖରେ ଚାରା ବିତରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ। ରେଞ୍ଜର ପ୍ରବୀଣ କୁମାର ଦାସଙ୍କ ନେତୃତ୍ବ ଏବଂ ବନପାଳ ପ୍ରମୋଦିନୀ ମାଣ୍ଡିଙ୍ଗିଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ,ମୁନିଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସରସ୍ବତୀ ଶବର,ପରିବେଶବିତ ଗୌରାଙ୍ଗ ଚରଣ ରାଉତ ପ୍ରମୁଖ ଉପସ୍ଥିତ ରହି ଚାରା ବିତରଣ ଅଭିଯାନର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ବିଭାଗ ତରଫରୁ ସଜନା,ଅମୃତ ଭଣ୍ଡା, ପିଜୁଳି, ଆତ,ଜାମୁ, ଅଁଳା, ଆମ୍ବ,ପଣସ ସହ ପରିବେଶକୁ ଉପଯୋଗୀ ବିଭିନ୍ନ ଔଷଧୀୟ ବୃକ୍ଷର ଚାରା ଏକ ଟଙ୍କାରେ ଗୋଟିଏ ଚାରା ବିତରଣ କରିଥିଲେ। ଲୋକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ ହୋଇ ଚାରା ଗୁଡିକୁ ନେଇଥିଲେ। ଚାରା ନେଇଥିବା ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିବା ସହିତ ଚାରା ଗୁଡିକୁ ରୋପଣ କରିବା ସହ ଏହାର ରକ୍ଷଣ ବେକ୍ଷଣ ନିମନ୍ତେ ଅତିଥି ମାନେ ଓ ରେଞ୍ଜର ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଥାନା ଏସଆଇ ମହେନ୍ଦ୍ର ହାଂସଦା,ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ଉପ ସଭାପତି ମନୋରଞ୍ଜନ ଦଳାଇ,ସିମାଞ୍ଚଳ ପଣ୍ଡାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବନ ବିଭାଗର ସୋନାଲି ସ୍ୱାଇଁ, ହରଦୀପ ଦାସଙ୍କ ସମେତ ଅନ୍ୟ ଫୋରେଷ୍ଟର ଓ ବନରଖିଙ୍କ ସମେତ ସମସ୍ତ କର୍ମଚାରୀ ଓ ୱାଇଲଡ ଲାଇଫ ସ୍କ୍ୱାଡ଼ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


