ବ୍ଲକ ଠିକାଦାର ସଂଘର ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି ) : ବୁଧବାର ବନ୍ତସ୍ଥିତ ଗ୍ରାମ୍ୟ ଉନ୍ନୟନ ଅଫିସ ନିକଟରେ ବ୍ଲକ ଠିକାଦାର ସଂଘର ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବରିଷ୍ଠ ଠିକାଦାର ସନାତନ ଖିଲାରଙ୍କ ଆବାହକତ୍ତ୍ୱରେ ଅନୁଷ୍ଠିତ ବୈଠକରେ ଠିକାଦାର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l ଏହି ଅବସରରେ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବେ ପ୍ରଶାନ୍ତ କୁମାର ସାହୁ, ଉପ ସଭାପତି ଜୟଦେବ ସିଂହ, ସମ୍ପାଦକ ସନାତନ ସାହୁ, ସହ ସମ୍ପାଦକ ଗୟାଧର ଜେନା, କୋଷାଧ୍ୟକ୍ଷ ନିର୍ମଳ ଚନ୍ଦ୍ର ରାଉତ ଏବଂ ଉପଦେଷ୍ଟା ଭାବେ ଧନେଶ୍ୱର ପଢ଼ିଆରୀ, ସନାତନ ଖିଲାର, ସଞ୍ଜୀବ ଦାସ, ସୁବାଷ ସାହୁ, ଉମାକାନ୍ତ ଜେନା, ଗଣେଶ ଭାରତୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପପୁ ମହାପାତ୍ର, ଗୋବିନ୍ଦ ସାହୁ, ଟିକନ ପାଣିଗ୍ରାହୀଙ୍କୁ ଚୟନ କରାଯାଥିଲା l ବୈଠକରେ ବ୍ଲକର ୫୦ରୁ ଉର୍ଦ୍ଧ ଠିକାଦାର ଯୋଗ ଦେଇଥିଲେ l


