ପାଇପ ଲାଇନ ପାଇଁ ରାସ୍ତା ଖୋଳି କଲେନି ମରାମତି
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ଜନସ୍ୱାସ୍ଥ୍ୟ ବିଭାଗ କୁ ନୂଆ ପାଣି ପାଇପ ଲାଇନ 6000 ମିଟର ବିଛାଇବା ପାଇଁ ସରକାର ଙ୍କ ନିର୍ଦ୍ଧେଶ ରହିଛି.ଫଳରେ ଚିକିଟି ଏନ ଏ ସି ର ଯେଉଁ ଅଞ୍ଚଳ ରେ ଲୋକେ ବିଶୁଦ୍ଧ ପିଇବା ପାଣି ପାଇପାରିନାହାନ୍ତି ସେହି ଅଞ୍ଚଳ କୁ ଏହା ଯୋଗେଇବ.ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳ ରେ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ଠାରୁ ଚିକିଟି ଗଡ଼ ରତନେଇ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟ ରେ ବ୍ୟତିକ୍ରମ ଦେଖା ଦେଇଛି.ଉକ୍ତ ଅଞ୍ଚଳ କୁ ପାଣି ଯୋଗେଇବା ଉଦ୍ଧେଶ୍ୟରେ ବାଇପାସ ରୋଡ ପାର୍ଶ୍ଵ ରୋଡ଼ ଖୋଳି ପାଇପ ବିଛା ଯାଇଥିଲା.କିନ୍ତୁ ଏହା ପରେ ମାଟି ପକେଇ ଏହି ରାସ୍ତା ର ଆବଶ୍ୟକୀୟ ମରାମତି କରାଗଲା ନାହିଁ.ଫଳରେ ବର୍ଷା କିମ୍ବା ଭାରୀଯାନ ପ୍ରଭାବ ରେ ଧୋଇ ହେବା ସମ୍ଭାବନା ରହିଛି.ଉକ୍ତ ଖୋଳା ଯାଇଥିବା ରାସ୍ତା ଟି ପୂର୍ବ ରୁ ପୂର୍ତ୍ତ ବିଭାଗ ଦ୍ୱାରା ଫେବର ପକେଇ ରାସ୍ତା ସୁନ୍ଦର କରାଯାଇଥିଲା.କିନ୍ତୁ ଜନସ୍ୱାସ୍ଥ୍ୟ ବିଭଗ ତରଫରୁ ଖୋଳି ମାଟି ପକେଇ କେବଳ ଉପରେ ସିମେଣ୍ଟ ର ଲେପ ଦେଇ ବେପରୁଆ ଭାବେ ଛାଡି ଦିଆଯାଇଛି.ଏଣୁ ଏହା ର ସ୍ଥାୟୀତ୍ୱ କୁ ନେଇ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି.ଏ ସମ୍ପର୍କ ରେ ବିଭାଗୀୟ ସହାୟକ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ପୁନଃ ନିର୍ମାଣ ପାଇଁ ଠିକାଦାର ଙ୍କୁ ତାଗିଦ କରାଯାଇଥିବା ପ୍ରକାଶ କରିଛନ୍ତି.


