ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ଆସିକା (ୱାଇଏନ୍ଏସ୍) : ରାଜ୍ୟର ଅନ୍ୟତମ ସର୍ବବୃହତ୍ ତଥା ଅତି ପୁରାତନ ଶିକ୍ଷକ ସଂଘ ରୂପେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍, ହରିପୁର ରୋଡ, କଟକ ୧/୫, ଖାରବେଳ ନଗର ସହ ଅନୁବନ୍ଧିତ ଆସିକା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶିବରାମ ଗୌଡ ଓ ସଂପାଦକ ଅର୍ଜୁନ ନାହାକଙ୍କ ନେତୃତ୍ୱରେ ସଂଘର ବହୁ କାର୍ଯ୍ୟକର୍ତ୍ତା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରି ଏକ ସ୍ମାରକପତ୍ର ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟମରେ ଏବିଇଓ ବିଭୁନନ୍ଦନ ପଣ୍ଡାଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଗୋଟିଏ ନିର୍ଦ୍ଦିଷ୍ଟ ବିଦ୍ୟାଳୟରେ ୧୦ ବର୍ଷରୁ ଅବସ୍ଥାପିତ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଯୁକ୍ତିଯୁକ୍ତକରଣ (ରେସନାଲାଇଜେସନ୍) ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ତାଲିକାରୁ ସ୍ଥାନ ପାଇନଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିକାଭୁକ୍ତ କରିବା ଏବଂ ଏହି ପ୍ରକ୍ରିୟାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସୁବିଧାକୁ ଅଗ୍ରାଧିକାର ଦେବା, ଲେବେଲ୍-ଚାରି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିର୍ଭୁଲ ତଥା ସଠିକ୍ ବରିଷ୍ଠତା କ୍ରମ ତାଲିକା (ଗ୍ରେଡେସନ୍ ଲିଷ୍ଟ) ପ୍ରସ୍ତୁତ କରି ନିର୍ଦ୍ଧାରିତ ସମୟରେ ଜିଲ୍ଲା ଶିକ୍ଷା ବିଭାଗକୁ ପ୍ରେରଣ କରିବା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରାଥମିକ/ମୂଳ ସେବା ପୁସ୍ତିକା ଓ ପ୍ରତିଲିପି/ପ୍ରତିରୂପ ସେବା ପୁସ୍ତିକାକୁ ସଠିକ୍ ସମୟରେ ଆଧୁନିକ କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି । ଆସିକା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶିବରାମ ଗୌଡ ଓ ସଂପାଦକ ଅର୍ଜୁନ ନାହାକଙ୍କ ସମେତ ସଂଘର କାର୍ଯ୍ୟକର୍ତ୍ତାମାନେ ପ୍ରାଥମିକ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସଂପର୍କରେ ଶିକ୍ଷା ବିଭାଗର ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ସହ ବିସ୍ତୃôତ ଭାବେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା ।


