ହାଇସ୍କୁଲରେ ବନ ମହୋତ୍ସବ ପାଳନ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ,ବାହାରିପୁରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଇକୋ କ୍ଲବର ଶିକ୍ଷକ ବାଦଲ କୁମାର ଜେନାଙ୍କ ସଂଯୋଜନା ତଥା ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ସବୁଜ ଶପଥ ଓ ବୃକ୍ଷ ରୋପଣ  କାର୍ଯ୍ୟକ୍ରମ କରାଯାଇ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ ରୋପଣର ଆବଶ୍ୟକତା ଉପରେ  ସଚେତନତା ସୃଷ୍ଟି କରାଯାଇଛି। ଏକ ପେଡ ମା କେ ନାମ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନିଜ ମା ମାନଙ୍କ ସହିତ ଅତି କମରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଛି |  ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ମନୋରଞ୍ଜନ ସାହୁ, ଦିବ୍ୟ ସିଂ ସୋରେନ, ମହାବୀର ସାହୁ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ  ଶିକ୍ଷୟିତ୍ରୀ ସୋନାଲି ସାହୁ, ମୌସୁମୀ ତାମୁଳିଆ ଓ କର୍ମଚାରୀ ତାପସ ସାହୁ, ବିଜୁ ଯେନା ପ୍ରମୁଖ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ