ମା ଗଡ଼ଚଣ୍ଡି ପୀଠରେ ଦ୍ୱିତୀୟ ସାମ୍ବିଧାନିକ ସମ୍ମିଳନୀ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ମା’ ଗଡ଼ଚଣ୍ଡି ପୀଠରେ କେନ୍ଦୁଝର ଜିଲ୍ଲା ଲକ୍ଷ୍ମୀ ନାରାୟଣ ଗୋଲା ମହାସଂଘର ଦ୍ୱିତୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଳା ସଂଗଠନକୁ ପୁନର୍ଗଠନ କରାଯିବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରାଯାଇ ଥିଲା। ରାଜ୍ୟ ନିଖିଳ ଉତ୍କଳ ଲକ୍ଷ୍ମୀ ନାରାୟଣ ଗୋଲା ସମାଜର ରାଜ୍ୟ ପ୍ରତିନିଧି ଭାବେ ସୁଦାମ ଚରଣ ଜେନା ଯୋଗଦେଇଥିଲେ। ଜିଲ୍ଲାର ରାଜ୍ୟ ପ୍ରତିନିଧି ଭାବେ ରଘୁନାଥ ବେହେରା, ସୁଦାମ ଚରଣ ଜେନା, ଜିଲ୍ଲା ସଭାପତି ଭାବେ ଅଲେଖ ଚନ୍ଦ୍ର ଦାସ, ଉପ ସଭାପତି ଭାବେ ନିରଞ୍ଜନ ଜେନା, ଗୋବିନ୍ଦ ଚନ୍ଦ୍ର ଖଣ୍ଡା, ଆନନ୍ଦ ଚନ୍ଦ୍ର ବେହେରା, ଜିଲ୍ଲା ସମ୍ପାଦକ ଭାବେ ରଘୁନାଥ ବେହେରା, ସହ ସମ୍ପାଦକ ନନ୍ଦ କିଶୋର ବେହେରା, ଜିଲ୍ଲା ସଂଗଠନ ସମ୍ପାଦକ ଭାବେ ସନ୍ତୋଷ କୁମାର ସା, ସାହସମ୍ପାଦକ ଆନନ୍ଦ ଚନ୍ଦ୍ର ଖଟୁଆ, କୋଷାଧ୍ୟକ୍ଷ୍ ଭାବେ ଚିନ୍ତାମଣି ଜେନା, ସେହିପରି ଉପଦେଷ୍ଟା ମଣ୍ଡଳୀ ପାଇଁ ସୁଦାମ ଚରଣ ଜେନା, ପୁରସ୍ତମ ଘଡେଇ, ରମେଶ ଚନ୍ଦ୍ର ଦାସ, ବିଶ୍ୱନାଥ ଖଟୁଆ, ଘନଶ୍ୟାମ ମହାନ୍ତି, ବାବାଜୀ ଚରଣ ଜେନା, ଭାଗିରଥି ଜେନା, ଅର୍ଜୁନ ଖଟୁଆ, ଅଲେଖ ଚନ୍ଦ୍ର ଜେନା, ସହଦେଵ ଦାସ, ଗୋକୁଳ କୁମାର ଘଡେଇ ପ୍ରମୁଖ ମନୋନୀତ ହୋଇଥିଲେ। ଆଗାମୀ ଦିନରେ ମହାସଂଘର ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯାଇ ଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ସଦସ୍ୟ ଭାଗନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ