ଅବସର କାଳୀନ ସମ୍ବର୍ଦ୍ଧନା ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତିରାସ୍ଥିତ ପିଏମ ଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାସିନୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଇଓ ଚିତ୍ତରଞ୍ଜନ ମହାନ୍ତି, ମୁଖ୍ୟ ବକ୍ତା ହାଟଡିହି ବ୍ଲକର ପୂର୍ବତନ ଏବିଇଓ ଚତୁର୍ଭୁଜ ପହି, ବିଶିଷ୍ଟ ଅତିଥି ଓଷ୍ଟାର ପୂର୍ବତନ ରାଜ୍ୟ ସମ୍ପାଦକ ରଘୁନାଥ ସାହୁ, ସମ୍ମାନିତ ଅତିଥି ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ଶଶୀ ଶେଖର କରଶର୍ମା, ଶିକ୍ଷାବିତ୍ ପିତାମ୍ବର ପହି, ସରପଞ୍ଚ ପ୍ରଶାନ୍ତ ଦାସ, ପଞ୍ଚଶଖା ଶିକ୍ଷା ସେତୁର ସଭାପତି ଅନାଦି ଚରଣ ସେନାପତି, ଶିକ୍ଷାବିତ୍ ଜଗନ୍ନାଥ ପାତ୍ର, ୱାର୍ଡ ସଭ୍ୟ ସର୍ବେଶ୍ୱର ଜେନା, ସିଆରସିସି ଶୁଭ୍ରପ୍ରକାଶ ରାହୁଳ ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ଓ ଶିକ୍ଷୟତ୍ରୀ ପଦ୍ମାବତୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅଭୟ କୁମାର ପ୍ରଧାନ ମଞ୍ଚ ସଞ୍ଚାଳନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ନାୟକ, ସହକାରୀ ଶିକ୍ଷୟିତ୍ରୀ ସବିତା ସାହୁ ଓ ବିଦାୟୀ ଶିକ୍ଷକ ଅବିନାଶ ବାଇ, ଅନ୍ତର୍ଯ୍ୟାମୀ ପାତ୍ର, ପ୍ରିୟମ୍ବଦା ରାଉତ, ମଞ୍ଜୁଳାରାଣୀ ଦାଶଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ମନୋଜ କୁମାର ଶଙ୍ଖୁଆ, ଚିନ୍ମୟ ନାୟକ, ଅଭିମନ୍ୟୁ ବାରିକ, ହରିହର ପଳେଇ, ବିଜୟ ସାହୁ, କମଳାକାନ୍ତ ଜେନା, ଶିକ୍ଷୟତ୍ରୀ ମାନସୀ ସେଠୀ, ସ୍ଥିତିପ୍ରଜ୍ଞା ସେଠୀ, ବବିଲତା ପ୍ରଧାନ, ସ୍ୱର୍ଣ୍ଣଲତା ଆଇଚ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମଟିର ସମସ୍ତ ସଭ୍ୟ ସଭ୍ୟା ,ପୁରାତନ ଛାତ୍ରଛାତ୍ରୀ , ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ