୫ ଦଫା ଦାବୀ ପୂରଣ ସଂକ୍ରାନ୍ତରେ ଆଲୋଚନା: ବିଜେଡିର ଗଣଧାରଣା ସ୍ଥଗିତ

ଆସିକା(ୱାଇଏନ୍‍ଏସ୍‍) : ଆସିକା ବ୍ଳକ ପ୍ରଶାସନର ମନୋମୁଖୀ କାର୍ଯ୍ୟ, କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା, ଦୀର୍ଘ ଦିନ ଧରି ପଞ୍ଚାୟତ ସମିତି ବୈଠକ ନଡାକିବା, ସ୍ଥାୟୀ ବିଡିଓ ନିଯୁକ୍ତି ନକରିବା, ବକେୟା ବିଲ୍‍ ପୈଠ କରିବା ପ୍ରତିବାଦରେ ଗତ ମଙ୍ଗଳବାର ଠାରୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣାକୁ ଶୁକ୍ରବାର ଚତୁର୍ଥ ଦିନରେ ପହଞ୍ଚିଥିଲା ବେଳେ ଅପରାହ୍ନରେ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ପରେ ଏହି ଧାରଣାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି । ଆସିକା ପଞ୍ଚାୟତ ସମିତିର ବିଡିଓଙ୍କ ପ୍ରକୋଷ୍ଠରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ଆଲୋଚନାରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ, ଆସିକା ବ୍ଳକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳର ୫ ଦଫା ଦାବୀ ପୂରଣ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯିବା ସାଙ୍ଗକୁ ଆଗାମୀ କିଛି ଦିନ ମଧ୍ୟରେ ସମସ୍ୟାର ସମାଧାନ ଦିଗରେ ଜିଲ୍ଲାପାଳଙ୍କ ସହ ବିଚାରବିମର୍ଶ କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିବା ପରେ ଏହି ଧାରଣା ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ସୂଚନା ଦେଇଛନ୍ତି । ଆସିକା ବ୍ଳକ ପ୍ରଶାସନର ମନୋମୁଖୀ କାର୍ଯ୍ୟ, କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା, ଦୀର୍ଘ ଦିନ ଧରି ପଞ୍ଚାୟତ ସମିତି ବୈଠକ ନଡାକିବା, ସ୍ଥାୟୀ ବିଡିଓ ନିଯୁକ୍ତି ନକରିବା, ବକେୟା ବିଲ୍‍ ପୈଠ କରିବା ଦାବୀ ପୂରଣ ଲାଗି ବ୍ଳକ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ସରପଞ୍ଚ ଭବାନୀ ଶଙ୍କର ମଲିକ, ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଜୟସେନ ସ୍ୱାଇଁ, ଆରତୀଦେବୀ ସ୍ୱାଇଁ, ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ, ନନ୍ଦ କୁମାର ବିଷୋୟୀ, ସନ୍ତୋଷ କୁମାର ନାୟକ, ଆଇନଜୀବୀ ଜି.ସୂର୍ଯ୍ୟପ୍ରକାଶ ରାଓଙ୍କ ସମେତ ବିଭିନ୍ନ ପଞ୍ଚାୟତର ବହୁ ନିର୍ବାଚିତ ଜନ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସିକା ବ୍ଳକ ପ୍ରଶାସନର ମନୋମୁଖୀ କାର୍ଯ୍ୟ, କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା, ଦୀର୍ଘ ଦିନ ଧରି ପଞ୍ଚାୟତ ସମିତି ବୈଠକ ନଡାକିବା, ସ୍ଥାୟୀ ବିଡିଓ ନିଯୁକ୍ତି ନକରିବା, ବକେୟା ବିଲ୍‍ ପୈଠ କରିବା ଦାବୀ ନେଇ ଶୁକ୍ରବାର କିଛି ଘଣ୍ଟା ଲାଗି ଅନୁଷ୍ଠିତ ଗଣଧାରଣା କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ, ଭବାନୀ ଶଙ୍କର ମଲିକ, ସନ୍ତୋଷ କୁମାର ନାୟକ, ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବିଜେଡି ନେତା ଜୟସେନ ସ୍ୱାଇଁ, ରବିନ୍ଦ୍ର ସାହୁ, ଜି.ସୂର୍ଯ୍ୟପ୍ରକାଶ ରାଓ, ନନ୍ଦ କୁମାର ବିଷୋୟୀ, ଆରତୀଦେବୀ ସ୍ୱାଇଁ, ଅମିତ୍‍ କୁମାର ନାହାକ, ରବିନ୍ଦ୍ର ସାହୁ, ଜିତେନ୍ଦ୍ର କୁମାର ମହାରଣା, ନିଗମାନନ୍ଦ ରାଉତ, କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ, ଆକାଶ ସ୍ୱାଇଁଙ୍କ ସମେତ ବହୁ ଦଳୀୟ ନେତା ଓ କେତେକ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସାମିଲ୍‍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ