ଗଞ୍ଜାମର ବନ୍ୟାଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ମଧ୍ୟରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିବା ସହ ବିପନ୍ନ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଜିଲ୍ଲାରେ ଔଷଧ, ଚିକିତ୍ସା, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଦଳର କାର୍ଯ୍ୟକଳାପ ନେଇ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ରାତ୍ର୯. ୩୦ ସମୟରେ ଛତ୍ରପୁରରେ ପହଞ୍ଚି ମନ୍ତ୍ରୀ ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରିଥିଲେ। ପୂର୍ବରୁ ନିୟନ୍ତ୍ରଣ କକ୍ଷ କୁ ଫୋନ କରିଥିବା ଭଞ୍ଜନଗର ର କିରଣ ସାହୁ ନାମକ ଜଣେ ବ୍ୟକ୍ତି ଙ୍କୁ ମନ୍ତ୍ରୀ କଣ୍ଟ୍ରୋଲ ରୁମ ରୁ ଫୋନ କରି ସେ ଜଣାଇଥିବା ସମସ୍ୟା ର ସମାଧାନ କିପରି ହେଲା ସେ ବିଷୟରେ ପଚାରି ବୁଝିଥିଲେ l ଏହା ସହ କଣ୍ଟ୍ରୋଲ ରୁମ କୁ ଫୋନ କରିଥିବା ଲୋକଙ୍କ ରେଜିଷ୍ଟର ମଧ୍ୟ ମନ୍ତ୍ରୀ ଯାଞ୍ଚ କରିଥିଲେ l


