ଛାତ୍ର ଓ ଯୁବ ସଂଗଠକଙ୍କ ସଞ୍ଜୀବ ମଲ୍ଲିକ(ବାପୁ)ଙ୍କ ବିୟୋଗ
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅଧିନ ଶାମପୁର ଗ୍ରାମର ସ୍ଥାୟୀ ବାସିନ୍ଦା ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ,ଅଭିମନ୍ୟୁ ମେଡିସିନ ଷ୍ଟୋର ର ପ୍ରତିଷ୍ଠା,ପରୋପକାରୀ, ମିଷ୍ଠାଭାସି,ମେଳାପୀ, ସମସ୍ତଙ୍କୁ ଦେଖି ହସିଦୀଏ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯିଏ ଆଗେଇ ଆସେ ଯାହାର ହସହସ ଚେହେରା,ଶିକ୍ଷାଗତ ଯୋଗ୍ୟତା ଅନେକ ଧାମନଗର ମାଟିର ଜଣେ ଉଦୀୟମାନ ବ୍ୟକ୍ତି ସମସ୍ତଙ୍କର ପ୍ରିୟ ସଞ୍ଜିବ କୁମାର ମଲ୍ଲିକ(ବାପୁ) ୨୯ଙ୍କ ଅକାଳ ବିୟୋଗ ଘଟିଛି। ସୂଚନା ଅନୁଯାୟୀ ଦୁଇ ଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତି ପ୍ରାୟ ଗୋଟିଏ ବେଳେ ମୃତ୍ୟୁ ବରଣ କରିଛନ୍ତି। ତେବେ ଏତେ କମ୍ ବୟସରେ ତାଙ୍କର ଏଭଳି ଅକାଳ ବିୟୋଗ କେବଳ ତାଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପାଇଁ ନୁହେଁ,ବରଂ ସମଗ୍ର ଧାମନଗର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଖଦ ଖବର ପ୍ରକାଶ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମେଡିକାଲ ବଜାର ଠାରେ ସମସ୍ତ ମେଡିସିନ ଦୋକାନ ବଜାର ବନ୍ଦ କରି ସ୍ୱର୍ଗତ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୋମବାର ସକାଳେ ତାଙ୍କ ମରଶରୀର ଧାମନଗର ବଜାରରେ ପହଞ୍ଚିବା ପରେ ଏକ ବାଇକ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଯାଇ ଜନ୍ମମାଟି ଶାମପୁରକୁ ନିଆଯାଇଥିଲା। ରାଜନୈତିକ ମତଭେଦ ଭୁଲି ଜଣେ ଯୁବ ସଂଗଠକଙ୍କ ପ୍ରତି ସମସ୍ତଙ୍କ ଏହି ଶ୍ରଦ୍ଧା ଓ ସମ୍ମାନ ଏକ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା। ଶେଷ ଦର୍ଶନ ପାଇଁ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତା,କର୍ମୀ ଓ ସାମାଜିକ କର୍ମୀ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଭୁବନେଶ୍ୱର ହସପିଟାଲରେ ରହି ଚିକିତ୍ସା କରାଇଥିବା ବେଳେ ଏବଂ ବାସଭବନରେ ପହଞ୍ଚି ମଧ୍ୟ ଶବ ସତ୍କାର କାର୍ଯ୍ୟରେ ସହଯୋଗ କରିଥିଲେ। ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର,ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ,ନିର୍ବାଚନ ମଣ୍ଡଳୀସ୍ତରୀୟ ନେତା ସମାଜସେବୀ ଡାକ୍ତର ସଞ୍ଜୟ କୁମାର ଦାସ,ଏନ୍ଏସି ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ,ବ୍ଲକ ସଭାପତି ପ୍ରତାପ ସାମଲ,ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ଭାରତ ବିଜୟ ଦଳେଇ,ବ୍ଲକ ଛାତ୍ର ସଭାପତି ପ୍ରକାଶ ବେହେରା,ନଗର ବିଜେଡି ସଭାପତି ବିଜୟ କେତନ ସାହୁ,ପୂର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି,ପୂର୍ବତନ ନଗର ସଭାପତି ସୁଶାନ୍ତ ରାଉତ,ବହୁ ସରପଞ୍ଚ,ସମିତି ସଭ୍ୟ ଏବଂ ସେକ ସୈଫୁଦ୍ଦିନ(ସୁନିଲ),ଦୁର୍ଗାପ୍ରସାଦ ମହାପାତ୍ର,ସେକ ଜାଫର ଅଲ୍ଲୀ,ସେକ ବାଟୋ,ଏମଡି ଫକିରୁଦ୍ଦିନ,ରମେଶ ଜେନା,ଆଇନଜୀବୀ ଅମରେନ୍ଦ୍ର ମହାନ୍ତି,ବିଜୟ ରାମ,ବବରିଷ୍ଠ ନାଗରିକ ପରିଷଦର ସଭାପତି ଅନିଲ କୁମାର ବାରିକ, ନିତ୍ୟାନନ୍ଦ ପାଠାଗାର ମୁଖ୍ୟ ପରିଚାଳକ ରସାନନ୍ଦ ମହାପାତ୍ର, ବିଜେପି ନେତା କୈଳାସ ଚନ୍ଦ୍ର ମହାପାତ୍ର,ସରୋଜ ମହାପାତ୍ର, ମନୋଜ ମଲ୍ଲିକ,ନାରୀ ନେତ୍ରୀ ପୁଷ୍ପାଞ୍ଜଳି ବେହେରା,ଲକ୍ଷ୍ମୀଧର ବେହେରା,ଶ୍ରୀଧର ବେହେରା,କଂଗ୍ରେସ ନଗର ସଭାପତି ପ୍ରମୋଦ କୁମାର ସ୍ୱାଇଁ,କଂଗ୍ରେସ ନେତା ପ୍ରସନ୍ନ କୁମାର ଧଳ, ମାନସ ମହାପାତ୍ର,ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଶ୍ରୀମାଧବ ସେଠୀ,ଅଧ୍ୟାପକ ସୁରେନ୍ଦ୍ର କୁମାର ଜେନା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଶୁଭେଚ୍ଛୁ, ବନ୍ଧୁ ବାନ୍ଧବ,ସାଙ୍ଗସାଥୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ବାପାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ସହାୟକ ହୁଅନ୍ତୁ ସମସ୍ତଙ୍କର ପ୍ରାର୍ଥନା। ସ୍ୱର୍ଗତ ବାପୁଙ୍କ ମରଶରୀରକୁ ଯାଜପୁର ସ୍ଥିତ ଦଶାସନି ମହା ଶ୍ମାଶାନ ଘାଟ ଠାରେ ଶବ ସତ୍କାର କରାଯାଇଥିବା ବେଳେ ସାନ ଭାଇ ରରଞ୍ଜିତ କୁମାର ମଲ୍ଲିକ(ଲିଲୁ)ମୁଖାଗ୍ନି ଦେଇଥିଲେ।


