ମୁକୁନ୍ଦ ଚରଣ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ
ହାଟଡିହି (ଓ୍ବାଇଏନଏସ): ମୁକୁନ୍ଦ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିପଦା ହାଟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ସହମତି ଭିତ୍ତିରେ ଗଠିତ ହୋଇଯାଇଛି। ବିଦ୍ୟାଳୟର ସଭାଗୃହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଜେନାଙ୍କ ସଭାପତିତ୍ଵରେ ପ୍ରଥମ ପରିଚାଳନା କମିଟର ବୈଠକ ଅନୁଷ୍ଠିତ ହୋଇ ଶାନ୍ତି ଶୃଙ୍ଖଳା, ଭାଇଚାରା ଏବଂ ସହମତି କ୍ରମେ ନୂତନ ପରିଚାଳନା କମିଟି ଗଠିତ ହୋଇଥିଲା । ନୂତନ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ ଭାବେ ରୀନାରାଣୀ ଜେନା ମନୋନୀତ ହୋଇଥିଲେ। ଅନ୍ତର୍ଯ୍ୟାମି ସାହୁ , ଅର୍ଚ୍ଚନା ଜେନା, ଅର୍ଜୁନ ହେମ୍ରମ, ଅମୂଲ୍ୟ ମହାନ୍ତି, ଶାନ୍ତିଲତା ମଲ୍ଲିକ, ସବିତା ଦାସ , ନିର୍ମଳା ରଣା, ସଂଯୁକ୍ତା ବେହେରା, ୱାର୍ଡସଭ୍ୟ ଅଭିମନ୍ୟୁ ଦାସ, ଅଙ୍ଗୱାଡ଼ି କର୍ମୀ କାଞ୍ଚନବାଳା ମଲ୍ଲିକ, ବରିଷ୍ଟ ଶିକ୍ଷକ ଅନିରୁଦ୍ଧ ସେଠୀ ପ୍ରମୁଖ ଉକ୍ତ ପରିଚାଳନା କମିଟିକୁ ମନୋନୀତ ହୋଇଥିଲେ। ବିଦ୍ୟାଳୟ ର ସର୍ବାଙ୍ଗୀନ ଉର୍ନ୍ନତି ପାଇଁ ଏହି କମିଟି ନିଷ୍ଠାର ସହିତ କାମ କରିବ ବୋଲି ନବ ନିର୍ବାଚିତ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ମତ ବ୍ୟକ୍ତ କରିଛନ୍ତି। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


