କୁର୍ମାରାଓଙ୍କୁ ଶିକ୍ଷାରତ୍ନ ସମ୍ମାନ ପୁରସ୍କାର

ଛତ୍ରପୁର, (ଓ୍ବାଇଏନଏସ) : ଭୁବନେଶ୍ୱର ନିଳାଦ୍ରୀ ରୋଟାରି କ୍ଲବ ଓ ଓଡିଶା ଅଭିଭାବକ ମହାସଂଘ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଗିତାଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ସୁନ୍ଦରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଡଃ ଜେ.କୁର୍ମା ରାଓଙ୍କୁ ଓଡିଶା ଶିକ୍ଷାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡ ଉଚ୍ଚନ୍ୟାୟଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ଡ.ବିଆର୍ ସରଙ୍ଗୀ, ସ୍ୱତନ୍ତ୍ର ଅତିଥି ଭାବେ ପ୍ରାକ୍ତନ ଆଇପିଏସ୍ ଅଫିସର ତଥା ପୂର୍ବଥନ ମୁମ୍ବାଇ ପୁଲିସ କମିସନର ଅରୁପ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ରୋଟାରିଅନ୍ ଅନିଲ ସାମଲ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାଶ ଓ ସୁପ୍ରିମକୋର୍ଟର ଆଇନଜୀବୀ ଅବନୀ ସାହୁ ପ୍ରମୁଖ ଅତିଥିଙ୍କ ଗ୍ରହଣରୁ ଛତ୍ରପୁରର ଶିକ୍ଷକ ଡଃ ରାଓ ଏହି ଶିକ୍ଷାରତ୍ନ ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଛତ୍ରପୁର ବ୍ଲକ ଅଂଚଳର ସମସ୍ତ ଶିକ୍ଷକ, ଅଭିଭାବକ ଏବଂ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ