ବାଲି ବୋଝେଇ ହାଇୱା, ଟ୍ରାକ୍ଟର ଜବତ

ହାଟଡିହି (ଓ୍ବାଇଏନଏସ):କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୋଲିସ ଚଢ଼ାଉ କରି ବେଆଇନ ଭାବେ ବାଲି ପରିବହନ କରୁଥିବା ଗୋଟିଏ ହାଇୱାକୁ ଜବତ କରିଛି l ଏନେଇ ମାମଲା ନଂ ୨୯୮/୨୦୨୬ ପଞ୍ଜିକରଣ ହୋଇଛି l ସେହିପରି ଅନ୍ୟ ଏକ ଟ୍ରାକ୍ଟର ଜବତ ହୋଇଥିବା ବେଳେ ମାମଲା ନଂ ୩୦୦/୨୦୨୬ ପଞ୍ଜିକରଣ ହୋଇଥିବା ଭାରପ୍ରାପ୍ତ ଥାନାଧିକାରୀ ବଳିଆ ବାରିକ କହିଛନ୍ତି l ଅପର ପକ୍ଷେ ଆନନ୍ଦପୁର ପୋଲିସ ଗୋଟିଏ ବାଲି ବୋଝେଇ ହାଇୱା ଜବଦ କରିଥିବା  ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି  l ଏସଡିପିଓ ପଣ୍ଡାଙ୍କ କହିବା ଅନୁସାରେ ପୋଲିସ  ଗାଡିକୁ ଅଟକାଇ ବାଲି ପରିବହନ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିଥିଲା l କିନ୍ତୁ କୌଣସି କାଗଜପତ୍ର ମିଳିନଥିଲା l  ଫଳରେ ବାଲି ବୋଝେଇ ଗାଡି ଗୁଡ଼ିକୁ ଜବତ କରାଯାଇ ଥାନା ନିକଟରେ ଆଣି ରଖାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ