ପ୍ରଭୂ ଦଧିବାମନଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ

ହାଟଡ଼ିହି,(ଓ୍ବାଇଏନଏସ) : ହାଟଡିହି ବ୍ଲକ ବଞ୍ଚୋରେ ପ୍ରଭୂ ଦଧିବାମନଜୀଉଙ୍କ   ପବିତ୍ର ରଥଯାତ୍ରା ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ବଞ୍ଚୋ ଦଧିବାମନଜୀଉ ମନ୍ଦିରରେ ମଙ୍ଗଳବାର ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ପହିଲିଧୂପ, ମଙ୍ଗଳ ଆଳତୀ, ପହିଲି ଭୋଗ ସହିତ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପରେ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କରାଯିବା ପରେ ପ୍ରଥମେ ବଳଭଦ୍ର, ପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ଅପରାହ୍ନ ୫ଟାରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା ଛେରାପହଁରା କରିଥିବାବେଳେ ଆନନ୍ଦପୁର  ଏସଡିପିଓ କମଳ କୁମାର ପଣ୍ଡା, ତହସିଲଦାର ସଞ୍ଜୟ ସାମନ୍ତରାୟ, କୋଠ ତହସିଲଦାର ଦୀପ୍ତିମୟୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।  ୫ଟା ୩୦ମିନିଟ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।  ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଆନନ୍ଦ ଉହ୍ଲାସ ସହକାରେ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ସୁଧାଂଶୁ ରାଉତ, ଡ.ଅଶୋକ ପୁହାଣ, ରତିକାନ୍ତ ରାଉତ, ଜ୍ଞାନ ରଞନ ସାମନ୍ତ ସିଂହାର, ପ୍ରାଣବଲ୍ଲବ ପାଢ଼ୀ,  ସନାତନ ଓଝା,   ଶଶାଙ୍କ ଶେଖର ପୁହାଣ, ଛବିନ୍ଦ୍ର ନାୟକ, ରାଧାଗୋବିନ୍ଦ ଦାଶ, କିର୍ତ୍ତନ ବିହାରି ନାୟକ, ମାର୍କଣ୍ଡ ଚରଣ ଓଝା, ଅନାମ ଚରଣ ବରାଳ, ବିକ୍ରମଦେବ ରାଉତ ରାୟ, ଚିନ୍ତାମଣୀ ରାଉତ, ସୁଧାକର ଓଝା,  ମୁକେଶ ରାଉତ, ସତ୍ୟାନନ୍ଦ ବରାଳ, ପ୍ରଶାନ୍ତ ପଟ୍ଟନାୟକ, ଗିରିଧାରୀ ପଟ୍ଟନାୟକ, ପଞ୍ଚାନନ ପଟ୍ଟନାୟକ, ହିମାଦ୍ରୀ ରାଉତ, ଯୁଦ୍ଧିଷ୍ଠିର ରାଉତ, ପ୍ରିୟବ୍ରତ ନାୟକ, ସରୋଜ ରାଉତ, ସୁରେଶ ବରାଳଙ୍କ ସମେତ ସମସ୍ତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ଏହି ରଥଯାତ୍ରାରେ ୫ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ଆନନ୍ଦପୁର, ନନ୍ଦିପଦା ପୁଲିସ  ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ଓ ଟଙ୍କ ତୋରାଣି ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ