ଟେକ୍ନିକାଲ୍ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି
ଆସିକା (ୱାଇଏନ୍ଏସ୍): ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କର୍ତ୍ତୃପକ୍ଷ (ଓସେପା)ର ନିର୍ଦ୍ଦେଶ ଏବଂ ଆସିକା ଶିକ୍ଷା ବିଭାଗର ପରାମର୍ଶକ୍ରମେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ନୂତନ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏହି ପରିପ୍ରେକ୍ଷୀରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ କଲେଜଛକ ସ୍ଥିତ ଟେକ୍ନିକାଲ୍ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବୈଠକରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପଣ୍ଡା, ଶିକ୍ଷାନୁଷ୍ଠାନର କ୍ରୀଡା ଶିକ୍ଷକ କୈଳାଶ ଗୌଡ ପ୍ରମୁଖ ଯୋଗଦେଇ ଅଭିଭାବକ-ଶିକ୍ଷକ ସଂଘ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଗଠନର ଲକ୍ଷ୍ୟ, ଆଭିମୁଖ୍ୟ, ଆବଶ୍ୟକତା, କାର୍ଯ୍ୟକାଳ, ଦାୟିତ୍ୱ ଓ କର୍ତ୍ତବ୍ୟ, ବିଦ୍ୟାଳୟର ଭିତ୍ତିଭୂମୀର ବିକାଶ, ବିଦ୍ୟାଳୟର ରକ୍ଷଣାବେକ୍ଷଣ, ଶିକ୍ଷାର ମାନ ବୃଦ୍ଧି, ଶିକ୍ଷାର ଗୁଣବତ୍ତା ଅଭିବୃଦ୍ଧି, ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ପରିମଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ସୁପରିଚାଳନା, ମୌଳିକ ଭିତ୍ତିଭୂମୀର ବିକାଶ, ବିଦ୍ୟାଳୟର ସୁରକ୍ଷା, ଆର୍ଥିକ ପରିଚାଳନା, ସାମାଜିକ ଅଡିଟ୍, ଶିକ୍ଷା କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସରକାରୀ ଟେକ୍ନିକାଲ୍ ହାଇସ୍କୁଲ ପରିସରରେ ଶିକ୍ଷା, ଅଂଶଗ୍ରହଣ, ସହଯୋଗ, ନିର୍ମାଣ ଓ ଉନ୍ନତିକୁ ପାଥେୟ କରି ଶକ୍ତିଶାଳୀ କମିଟି, ଉନ୍ନତ ବିଦ୍ୟାଳୟ, ଉଜ୍ଜଳ ଭବିଷ୍ୟତ ବିଷୟବସ୍ତୁକୁ ଆଧାର କରି କମିଟି ଓ ସଦସ୍ୟଙ୍କ ବିଦ୍ୟାଳୟର ଭିତ୍ତିଭୂମୀ ନିର୍ମାଣ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଟେକ୍ନିକାଲ୍ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମରେ ଶିକ୍ଷାବିଭାଗ ପକ୍ଷରୁ ପର୍ଯ୍ୟବେକ୍ଷକ ରୂପେ ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର ଯୋଗଦେଇଥିଲା ବେଳେ ଶିକ୍ଷାବିଭାଗର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକାକୁ ଆଧାର କରି ପ୍ରସ୍ତାବକ ଓ ସମର୍ଥକଙ୍କ ସମର୍ଥନକ୍ରମେ ଏହି କମିଟିର ସଭାପତି ରୂପେ ଭଗବାନ ବିଶ୍ୱାଳ ଓ ଉପସଭାନେତ୍ରୀ ରୂପେ ଜି.ସଂଯୁକ୍ତା ଦୋରା, ସଦସ୍ୟ ରୂପେ ପାଣ୍ଡାଡୁ ବଡରଇତ, ସୁଚିତ୍ରା ଜେନା, ସାବିତ୍ରୀ ଜେନା, ଉମାଚରଣ ଷଡଙ୍ଗୀ, ବିଷ୍ଣୁପ୍ରିୟା ସ୍ୱାଇଁ, ପ୍ରତିମା ବେହେରା, ମାମାଜିନୀ ରାଉତ, ସୁନିତା ଗୌଡ, ସହେବୁନ୍ ନିଶା, ଅନିତା ସ୍ୱାଇଁ, ବି.ଜଗନ୍ନାଥ ରେଡି, ପୁଷ୍ପାଞ୍ଜଳୀ ରାଉତ, ସୁଜ୍ଞାନୀ ନାହାକଙ୍କୁ ଚୟନ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନର ଗୃହନିର୍ମାଣ କମିଟି ଓ ଶୈକ୍ଷିକ କମିଟି ମଧ୍ୟ ଗଠନ କରାଯାଇଥିଲା । ଶିକ୍ଷାବିଭାଗର ନିର୍ଦ୍ଦେଶକ୍ରମେ ଟେକ୍ନିକାଲ୍ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ସକାଶେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, କୈଳାଶ ଗୌଡ, ପ୍ରଜ୍ଞା ପରମିତା ପଣ୍ଡା, ଦେବାଶିଷ୍ ପାଣିଗ୍ରାହୀ, ଗାୟତ୍ରୀ ବେହେରା, ସୁମିତ୍ରା କାର୍ଜି, ରୁଚି ନାହାକ, ମିତାଞ୍ଜଳୀ ପଣ୍ଡା, ଭଗବାନ ସ୍ୱାଇଁ, ବଳରାମ ବେହେରା, ରାହୁଳ ପଟ୍ଟନାୟକ, ସୁବାଶିଷ ନାହାକ, ସିଦ୍ଧାନ୍ତ ସେଠୀ, କର୍ମଚାରୀ ରବିନ୍ଦ୍ର କୁମାର ସ୍ୱାଇଁ, ବାସୁଦେବ ପ୍ରଧାନ, ଜୟଦେବ ରାଉତଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସରକାରୀ ଟେକ୍ନିକାଲ୍ ହାଇସ୍କୁଲ ପରିଚାଳନା କମିଟିର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା ।


