କଲ୍ୟାଣୀ କ୍ଷେତ୍ରରେ ରଥଯାତ୍ରାରେ ଭକ୍ତଙ୍କ ସମାବେଶ
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ):ବିଶ୍ୱ ପ୍ରସିଦ ରଥ ଯାତ୍ରାରେ ତିନି ଠାକୁରଙ୍କ ରଥ ଯାତ୍ରା ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର କଲ୍ୟାଣୀ କ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାବେଶରେ ରଥ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ରାଜା ରାଜୁଡାରୁ ଆରମ୍ଭ ହୋଇଥିବା ତିନି ଠାକୁରଙ୍କ ରଥ ଯାତ୍ରା ରୀତିନୀତି ଅନୁଯାଇ ଝିପିଝିପି ବର୍ଷା ସତ୍ୱେ ଭକ୍ତଙ୍କ ଭିଡରେ ରଥ ରୁଢ଼ ହୋଇଥିଲେ। ବ୍ରାହ୍ମଣ ସେବାୟତଙ୍କ ଦ୍ୱାରା ପହଣ୍ଡି କରାଯାଇଥିଲା।ରଥରେ ତିନି ଠାକୁରଙ୍କ ପୂଜା ଅର୍ଚନା କରିବା ପରେ ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ୬ଘଣ୍ଟା ସମୟରେ ଗୁଣ୍ଡିଚା ମନ୍ଦିରରେ ରଥ ଲାଗିବା ପରେ ଭକ୍ତଙ୍କୁ ଦର୍ଶନ ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ଭକ୍ତଙ୍କ ଦର୍ଶନ ପରେ ରାତ୍ର ସମୟରେ ବ୍ରାହ୍ମଣ ସେବାୟତଙ୍କ ଦ୍ୱାରା ପହଣ୍ଡି କରି ମାଉସୀ ମାଆ ମନ୍ଦିରକୁ ନିଆଯାଇଥିଲା। ରତ୍ନବୃଦୀରୁ ଜନ୍ମ ନେଡିକୁ ଯିବା ସମୟରେ ପୋଲିସ ପ୍ରଶାସନ, ରାଜସ୍ୱ ବିଭାଗ, ଅଗ୍ନିଶମ ବିଭାଗ, ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଶାନ୍ତି ଶୃଙ୍ଖଳା ନିମନ୍ତେ ଥାନା ଅଧିକାରୀ ଅଜିତ ପରିଡା ନିଜେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ, ସମ୍ପାଦକ ଶ୍ରୀନବାସ ଚୌଧୁରୀ, ବ୍ରାହ୍ମଣ ସମାଜ ସଭାପତି ରମାକାନ୍ତ ପରିଛାଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା। ରଥ ଯାତ୍ରା ଦେଖିବା ପାଇଁ କଳାହାଣ୍ଡି,ବିଷମକଟକ, କାଶୀପୁର କୋଲନରା ନିୟମଗିରି ପାହାଡ଼ର ବିରଳ ଡଙ୍ଗରିଆ ଯାତ୍ରାକୁ ସଭୋ ମଣ୍ଡିତ କରିଥିଲା।


