ଶିକରପାଇ ଠାରୁ ସେରିଗୁମା ରାସ୍ତା ପାଲଟିଛି ମରଣଯନ୍ତା: ଲୋକେ ଅସନ୍ତୋଷ
କଲ୍ୟାଣସିଂହପୁର (ଓ୍ବାଇଏନଏସ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଦିନକୁ ଦିନ ଯମ ଠାରୁ ଅଧିକ ଯନ୍ତ୍ରଣା ହେଉଥିବାରୁ ଦୁର୍ଘଟଣା ବଢ଼ୁଛି। ସେହିପରି ବ୍ଲକର ଶିକର ପାଇ ଠାରୁ ସେରିଗୁମା ପ୍ରାୟ ୧୪ କିମି ରାସ୍ତା ଵର୍ତମାନ ଲୋକଙ୍କ ପାଇଁ ମରଣ ଜନ୍ତା ପାଲଟିଛି କହିଲେ ଭୁଲ ହେବନାହିଁ। ରାସ୍ତା ଆରଡ଼ି ବିଭାଗ ଦ୍ୱାରା ଗତ ମାର୍ଚ୍ଚ ମାସ ପୂର୍ବରୁ ମରାମତି ଓ ପିଚୁ ପଡି ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ତହବିଲରୁ ଖର୍ଚ୍ଚ କରା ଯାଇଥିଲା। କିନ୍ତୁ ଛଅ ମାସ ମଧ୍ୟ ଠିକରୁପେ ଗଲାନାହିଁ। ରାସ୍ତରେ ବଡ଼ ବଡ଼ ଖାଲ ହୋଇ ଯାଇଛି। ମେଟାଲ ଚିପ୍ସ ବାହାରି ପଡିଛି ଯାହା ଫଳରେ ଖାଲ ସୃଷ୍ଟି ହୋଇଛି। ବର୍ତମାନ ବର୍ଷା ଋତୁ ଆସିଥିବାରୁ ରାସ୍ତାର ଖାଲରେ ପାଣି ଜେମିରହୁ ଥିବାରୁ ଲୋକେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି ତ ଖଣ୍ଡିଆ ଖାବରା ହୋଇ ବିକଳାଙ୍ଗ ହୋଇ ଦୁର୍ବିସହ ଜୀବନ କଟୁ ଛନ୍ତି। ଏହିରାସ୍ତା କାର୍ଯ୍ୟ ଆରମ୍ଭରେ ଠିକାଦାର ଅତି ନିମ୍ନମାନର କାର୍ଯ୍ୟ କରିଥିବା ବିଭଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ସେତେବେଳେ ଥିଵା ଯନ୍ତ୍ରୀ ଜଣକ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ନେଇ ନଥିଲେ। ଯାହା ଫଳରେ ଲୋକେ ଏବେ ଦୁର୍ଦଶା ଭୋଗୁଥିବା କହିଛନ୍ତି। ରାସ୍ତା କାର୍ଯ୍ୟରେ ଅତି ନିମ୍ନମାନର କାର୍ଯ୍ୟ କରିଥିବା ଠିକାଦାର ଓ ତାଙ୍କୁ ସହଯୋଗ କରିଥିବା ପ୍ରଶାସନିକ ଅଧିକାରୀ ମଲେ ମାଲ ହୋଇଥିବା ବେଳେ ଲୋକେ କିନ୍ତୁ ଯମ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହେଉଛନ୍ତି। ସରକାର ବଦଳିଲା ସରକାରୀ ଅଧିକାରୀ ବଦଳିଲେ କିନ୍ତୁ ଅଧିକାରୀଙ୍କ ଢାଞ୍ଚା ଆଜିଯାଏ ବଦଳି ପାରିନଥିବାରୁ ଲୋକେ ଦୁର୍ଦଶା ଭୋଗୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏମିତିକି ମରାମତି ଓ ରାସ୍ତା କଡ଼ରେ ମେଟାଲ କଂକ୍ରିଟ ନିର୍ମାଣ ନାମରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଶିକର ପାଇ ଓ ସେରିଗୁମା ପଞ୍ଚାୟତବାସୀ।ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଇଛି।


