ଗଞ୍ଜେଇ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ ସୁଦୂର କେରଳ ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ 40 କିଲୋ ଗଞ୍ଜେଇକୁ ଜବତ କରାଯାଇଛି. ଏହି ଚୋରାଚାଲାଣରେ କେରଳ ରାଜ୍ୟର ଜଣେ ମାଫିଆଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଶାନ୍ତିଶୃଙ୍ଖଳା ପ୍ରତିଷ୍ଠା ପାଇଁ ସାରା ଜିଲ୍ଲାରେ ବେଆଇନ ଗଞ୍ଜେଇ ଓ ମଦ କାରବାର ବିରୁଦ୍ଧରେ ପୋଲିସର ଚଢାଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ଗତକାଲି ବିରିକୋଟ ଶିବମନ୍ଦିର ନିକଟରେ ପୋଲିସ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ଦୁଇଟି ଅଖା ବ୍ୟାଗ ଧରି ବସ୍କୁ ଅପେକ୍ଷା କରିଥିବା ଦେଖି ପୁଲିସ ସନ୍ଦେହରେ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଜଣାଗଲା ଏହି ଗଞ୍ଜେଇ କେରଳ ରାଜ୍ୟକୁ ଚାଲାଣ ପାଇଁ ପ୍ରସ୍ତୁତ ଥିଲା. ଏଥି ନେଇ ଅଡବା ଥାନାରେ କେସ ନଂ ୧୭୦/୨୬ରେ ମାମଲା ରୁଜୁ କରି ଅଭିଯୁକ୍ତ କେରଳ ରାଜ୍ୟର କଟ୍ଟାୟମ ଜିଲ୍ଲାର ସାଜନ ଥମାସ (47) କୋର୍ଟ ଚାଲାଣ କରାଯାଇଛି | ତା’ ଠାରୁ ଗୋଟିଏ ମୋବାଇଲ ଓ କିଛି ନଗଦ ଟଙ୍କା ଜବତ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ଜଣାଇଛନ୍ତି ।


