ମହାପ୍ରଭୁଙ୍କ ଶ୍ରୀକୃଷ୍ଣ – ବଳରାମ ଅବତାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଦକ୍ଷିଣ ଓଡ଼ିଶାର ଲୋକପ୍ରିୟ ପାରଳାଖେମୁଣ୍ଡି ରଥଯାତ୍ରାର ମହାପ୍ରଭୁଙ୍କ ଆଜିର ଶ୍ରୀକୃଷ୍ଣ – ବଳରାମ ଅବତାର ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଦେଖା ଦେଇଛି. ପାରଳା ଗୁଣ୍ଡିଚା ମନ୍ଦିର ଠାରେ ଶ୍ରୀବଳଭଦ୍ରଙ୍କୁ ବଳରାମ ଅବତାରରେ ଏବଂ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ଅବତାରରେ ଅତ୍ୟନ୍ତ ସୁନ୍ଦର ଭାବେ ସଜ୍ଜିତ କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି. ଭଗବାନଙ୍କ ଚର୍ତୁଥ ଅବତାରର ଶ୍ରୀକୃଷ୍ଣ – ବଳରାମ  ଅବତାର ଦର୍ଶନ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ରାୟଗଡା ଜିଲ୍ଲାରୁ ହଜାର ହଜାର ଭକ୍ତ ପାରଳା ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଠାକୁରଙ୍କ ଦେବଦୁଲ୍ଲଭ ଅବତାର ଦର୍ଶନ କରି ଦ୍ବୀପ, ଧୂପ ପ୍ରଦାନ କରି ପୂଜାପାଠ କରିବା ଲକ୍ଷ୍ୟ କରାଯାଇଛି. ଜିଲ୍ଲା ପ୍ରଶାସନ ଓ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଳନ ଓ ଭକ୍ତଙ୍କ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି. ପାରଳା ଶ୍ରୀଗୁଣ୍ଡିଚା ମନ୍ଦିରର ପୂଜକ ତଥା ସେବାୟତ ସରୋଜ ପାଢ଼ୀ, ପ୍ରଦୀପ ବଡ଼ପଣ୍ଡା, ବଳରାମ ଅଧିକାରୀ, ସଞ୍ଜୟ ପାଢ଼ୀ, ହୃଷିକେଶ ସୁଆର ପ୍ରମୁଖ ଜଣାଇଛନ୍ତିଯେ ଆଜି ଭୋର ସକାଳୁ ଯଥା ରୀତିନୀତି ଅନୁଯାୟୀ ପୂଜାପାଠ କରାଯିବା ସହ ମହାପ୍ରଭୁଙ୍କ ଦେବ ଦୁର୍ଲଭ କୃଷ୍ଣ ଓ ବଳରାମ ଅବତାରରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ସଜ୍ଜିତ କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ମନ୍ଦିରରେ ବ୍ୟବସ୍ଥା କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ