ବିଶିଷ୍ଟ କାହାଣୀକାର ସିମାଞ୍ଚଳ ମହାରଣାଙ୍କୁ ଶୁଭେଚ୍ଛାର ସୁଅ
ଆସିକା (ୱାଇଏନ୍ଏସ୍) ଆସିକା ଡାକବିଭାଗର କର୍ମଚାରୀ ତଥା ବିଶିଷ୍ଟ କାହାଣୀକାର, ଆମ କଳା ଆମ ସଂସ୍କୃତି ସମ୍ମାନପ୍ରାପ୍ତ ଯୁବ ଲେଖକ ସିମାଞ୍ଚଳ ମହାରଣା ନିଜର ଉଲ୍ଲେଖନୀୟ ପାରଦର୍ଶିତାରେ ପାଇଁ ଆନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ସକାଶେ ମନୋନୀତ ହେବା ଖବର ଜଣାପଡିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିିବାକୁ ମିଳୁଛି । ଆସନ୍ତା ସେପ୍ଟେମ୍ବର ମାସ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶର ଇଟାଲୀ ଦେଶରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସିକା ଡାକବିଭାଗର କର୍ମଚାରୀ ଯୁବ ଲେଖକ ସିମାଞ୍ଚଳ ମହାରଣା ସମ୍ବର୍ଦ୍ଧିତ ହେବାର କାର୍ଯ୍ୟକ୍ରମ ରହିଛି । ଆସିକା ଡାକବିଭାଗର କର୍ମଚାରୀ ତଥା କାହାଣୀକାର ସିମାଞ୍ଚଳ ମହାରଣା ନିଜ ରଚିତ କ୍ଷୁଦ୍ର ଚଳଚ୍ଚିତ୍ର ଅଦ୍ୟମର ଉଲ୍ଲେଖନୀୟ ସଫଳତା ପାଇଁ ଏହି ସମ୍ମାନଜନକ ପାଇବେ ବୋଲି ଜଣାପଡିଛି । ହିଞ୍ଜିଳିକାଟୁ ସ୍ଥିତ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମ ଅଦମ୍ୟ ଗଞ୍ଜାମ ଜିିଲ୍ଲାର ବିଭିନ୍ନ ଲୋକକଳା ଉପରେ ଆଧାରିତ ହୋଇଥିଲା ବେଳେ ଫିଲ୍ମର ସମସ୍ତ ସୁଟିଂ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଲୋକକଳାକୁ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟ ଫିଲ୍ମ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇ ସଂଳାପକାର ସିମାଞ୍ଚଳ ମହାରଣା ଓ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁ ଓଡିଶା ସର୍ବୋପରି ଭାରତବର୍ଷ ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଭିନ୍ନ ମହଲରେ ଆଲୋଚିତ ହେଉଛି । ଆସିକା ଡାକବିଭାଗର କର୍ମଚାରୀ ତଥା ସଂଳାପକାର ଓ ବିଶିଷ୍ଟ କାହାଣୀକାର ସିମାଞ୍ଚଳ ମହାରଣାଙ୍କୁ ଏହି ଉଲ୍ଲେଖନୀୟ ସଫଳତା ଓ ପାରଦର୍ଶିତା ପାଇଁ ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରା, ସହକାରୀ ଅଧୀକ୍ଷକ ପରମାନନ୍ଦ କଣ୍ଠ, ଚିନିଶିଳ୍ପ ନୁଆଗାଁ ସବ୍ପୋଷ୍ଟମାଷ୍ଟର ସୀତାରାମ ପ୍ରଧାନ, ଷ୍ଟେନୋଗ୍ରାଫର୍ ଅନୁପ କୁମାର ପାଣିଗ୍ରାହୀ, ଡାକବିଭାଗର ଜୀବନବୀମା ଉନ୍ନୟନ ଅଧିକାରୀ ଦୀପକ ରଂଜନ ପାଣିଗ୍ରାହୀ, ଆକାଉଣ୍ଟାଣ୍ଟ ବିଜୟ କୁମାର ପଣ୍ଡା, ବ୍ୟବସାୟିକ କାର୍ଯ୍ୟନିର୍ବାହକ ଶୁଭ୍ରକାନ୍ତ ପାତ୍ର, ଡାକ କର୍ମଚାରୀ ବିଷ୍ଣୁପ୍ରସାଦ ସେଠୀ, ରମେଶ ଚନ୍ଦ୍ର ଗୌଡ, ସମରେଶ୍ ଗୌଡ, ସୁନିଲ୍ ବିଷୋୟୀ, ମହେଶ୍ୱର ଗୌଡ, ପ୍ରଭାତ କୁମାର ପ୍ରଧାନ, ରାଜେଶ୍ କୁମାର ଡିଚର୍ୱାଲ୍, ହେରମ୍ବ ବେହେରା, ରବିନ୍ଦ୍ରନାଥ ପାତ୍ର, ସରୋଜ ମହାନ୍ତି, ସିନ୍ଧୁଜା ପାଢୀ, ତନ୍ମୟୀ ଦଳେଇ, ସୋନାଲୀ ସାସମଲ, ରାକେଶ୍ ପାଢୀ, ସନ୍ତୋଷ କୁମାର ଗୌଡ ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ଲକ୍ଷ୍ୟ କରାଯାଇଛି ।


