କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ କୁଶ ପୁତ୍ତଳିକା ଦାହ

ବାଲେଶ୍ଵର (ସରୋଜ ପଣ୍ଡା) : ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ କେନ୍ଦ୍ରର ବିଜେପି ସରକାରର ଦମନ ଲୀଳା ପ୍ରତିବାଦରେ ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ଏବଂ କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲା କଂଗ୍ରେସ ଉପସଭାପତି ସରୋଜ ଲେଙ୍କା, ଗୋପୀନାଥ ପାଢ଼ୀ, ପ୍ରଭାସ ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଗୌତମ ସାହୁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତୁଷାରକାନ୍ତି ତପସ୍ୱୀ, କେଶବ ନାୟକ, ଗୁରୁପ୍ରସନ୍ନ ମିଶ୍ର, ବିଜୟ ମହାନ୍ତି, ନିଶିଥ ବାରିକ, ସମ୍ପାଦକ ସାହେବା ଅକତର, ସୌଭିକ ଜେନା, ସେକ୍ ନିଜାମୁଦ୍ଦିନ, ପଶୁପତି ଉପାଧ୍ୟାୟ,  ଟାଉନ୍ କଂଗ୍ରେସ ସଭାପତି ଅନୁପ ସ୍ୱାଇଁ, ରେମୁଣା ବ୍ଲକ ସଭାପତି କହ୍ନେଇ ବେହେରା, ପିସିସି ସଭ୍ୟ ତରୁଣ ଦାସ, ସେକ ଅଜଗର ଅଲ୍ଲୀ, ଜୀବନ ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇ କେନ୍ଦ୍ର ସରକାରଙ୍କ ତାନାସାହି ଶାସନକୁ କଡ଼ା ସମାଲୋଚନା କରିଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ