ମରଣଯନ୍ତା ପାଲଟିଛି ଅସୁରଘାଟି ରାସ୍ତା, ପୁନଃ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ସଦର ମହକୁମା ନିକଟସ୍ଥ ଅସୁର ଘାଟି ରାସ୍ତା ୧୦ମାସ ପୂର୍ବେ ଲଗାଣ ବର୍ଷାରେ ଧୋଇଯାଇଥିବା ରାସ୍ତା ଅତ୍ୟନ୍ତ ଏବେ କଦର୍ଯ୍ୟ ଅବସ୍ଥାରେ ରହି ମରଣଯାନ୍ତା ପାଲଟିଛି। ଖରାପ ରାସ୍ତା କାରଣରୁ ଦୁର୍ଘଟଣାର ଆଶଙ୍କା ଦିନକୁ ଦିନ ବଢ଼ିଯାଇଛି। ବିଭିନ୍ନ ସମୟରେ ଲୋକେ ଏହି ରାସ୍ତାରେ ଦୁର୍ଘଟଣା ହୋଇ ଅନେକେ ଆହତ ହେଉଥିବା ଅଭିଯୋଗ ହେଉଛି। ରାସ୍ତାର ମରାମତି କେବେ ହେବ ଏ ନେଇ ଉଠିଛି ପ୍ରଶ୍ନ। ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଏହି ରାସ୍ତା ଦେଇ ବିଭାଗୀୟ କର୍ମଚାରୀ ନିତି ଯିବା ଆସିବା କରୁଥିଲେ ମଧ୍ୟ ଦୃଷ୍ଟି ଅଡୁଆଳରେ ରହିଛି। ରାସ୍ତା ସମସ୍ୟା ନେଇ ବାରମ୍ବାର ବିଭାଗୀୟ କତୃପକ୍ଷଙ୍କୁ ଅବଗତ କରାଗଲେ ମଧ୍ୟ ନିରବଦଷ୍ଟା ସାଜି ରାସ୍ତାର ମରାମତି କରିବା ପାଇଁ ତତ୍ପରତା ଦେଖାଉଥିବା ଅଭିଯୋଗ ହେଉଛି। ଏହି ରାସ୍ତା ନୂଆଗଡ଼ ବ୍ଲକ ସଦର ମହକୁମା ଠାରୁ ଖଜୁରୀପଦାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅଟେ. ତେଣୁ ସାଧାରଣଙ୍କ ନିତ୍ୟ ବ୍ୟବହାର୍ଯ୍ୟରେ ବ୍ୟବହୃତ ହେଉଥିବା ଏହି ମୁଖ୍ୟ ରାସ୍ତାକୁ ତୁରନ୍ତ ପୁନଃ ନିର୍ମାଣ କରାଯିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


