ବିଧାନସଭା ସ୍ଥାୟୀ ସମିତି ଷ୍ଟାଣ୍ଡିଙ୍ଗ କମିଟି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାନସଭା ସ୍ଥାୟୀ ସମିତି ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଦାବି ଉପସ୍ଥାପନ କରିଥିବା ସୂଚନା ମିଳିଛି. ଏହି ବୈଠକ ଆଜି ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର କକ୍ଷ ନଂ–୫୩ରେ କମିଟି ଅଧକ୍ଷ ତଥା ବିଧାୟକ ବିଭୂତି ଭୂଷଣ ପ୍ରଧାନ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପ୍ରଥମେ ସମିତିର ସଦସ୍ୟମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହେବ। ପରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସଚିବମାନଙ୍କ ସହ ବିଭାଗର ସାଧାରଣ କାର୍ଯ୍ୟକଳାପ ଓ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ।ଏହି ସମିତିରେ ରାଜ୍ୟର ବିଭିନ୍ନ ବିଧାୟକଙ୍କ ସହ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସଦସ୍ୟ ଭାବେ ସାମିଲ ହୋଇଥିବାରୁ ଗଜପତି ଜିଲ୍ଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗୌରବର ବିଷୟ ବୋଲି ଚର୍ଚ୍ଚା ହେଉଛି। ବିଧାୟକ ରୁପେଶ ପାଣିଗ୍ରାହୀ ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିତାପୂର୍ ପଞ୍ଚାୟତ ଶ୍ରୀ ବିଷ୍ଣ୍ପୁପୁର ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଭଗ୍ନ ଅବସ୍ଥାରେ ରେ ରହିଥିବା କଥା ବହୁବାର ଉପସ୍ଥାପନ କରି ଆସୁଥିଲେ ଆଜି ପ୍ରଜନ୍ତ ହୋଇନଥିବା କାରଣ କଣ ପ୍ରଶ୍ନ କରିଥିଲେ । ସେଇ ଭଳି ଗୁମ୍ମା ବ୍ଲକ କାଶୀନଗର ବ୍ଲକ , ଗୋଷାଣୀ ବ୍ଲକ ସହ ପାରଳା ସହର ରେ କେବେ ମିଶନ ଶକ୍ତି ବଜାର କାର୍ଯ୍ୟ ଆରମ୍ଭ ହେବ ସେନେଇ ମଧ୍ୟ ପ୍ରଶ୍ନ କରିଥିଲେ , କାଶୀନଗର ବ୍ଲକ ହାଡ଼ଭାଙ୍ଗି ରେ ହୋଇଥିବା ମିଶନ ଶକ୍ତି ବଜାର କେବେ ଉଦଘାଟନ କେବେହେବ ବୋଲି ପ୍ରଶ୍ନ କରିଥିଲେ ବିଧାୟକ , ସେଇ ଭଳି ମୋହନା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ବିଷୟ ରେ ମଧ୍ୟ ଅବଗତ କରାଇଥିଲେ।


